ବାହାଡାଝୋଲା ସୋଷାଇଟି ଦୁର୍ନୀତିର ଗନ୍ଧ ଦାଣ୍ଡରେ ଗଡି ହାଟରେ ପଡ଼ିଲାଣି ।

12

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ) : – ନୟାଗଡ଼ ଜିଲ୍ଲା ରେ ବାହାଡାଝୋଲା ଏକ ବ୍ୟବସାୟିକ ପେଣ୍ଠ ସ୍ଥଳି। ଏଠାରେ ଲୋକ ମାନଙ୍କ ସୁବିଧାକୁ ଲକ୍ଷ କରି ବାହାଡାଝୋଲା ସୋଷାଇଟିରେ ଏକ ମିନି ବ୍ୟାଙ୍କ ଖୋଲାଯାଇଥିଲା।ମିନି ବ୍ୟାଙ୍କରେ ଭଲ କାରବାର ହେଉଥିଲା କିଛି ବର୍ଷ ପୂର୍ବେ ନୟାଗଡ ଜିଲ୍ଲାରେ ଏକ ନମ୍ବରରେ ଥିଲା ବାହାଡାଝୋଲା ସୋସାଇଟି କିନ୍ତୁ କିଛି ବ୍ୟାଙ୍କ କର୍ମଚାରୀ ଓ ସୋଷାଇଟି କର୍ମଚାରୀଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ତାହା ଆଜି ଅଚଳ ହୋଇପଡିଛି। ୨୦୧୭ ମସିହାରୁ ସମିତି ଅଡିଟି ହୋଇନାହିଁ। ଯାହା ଫଳରେ ସୋଷାଇଟିରେ ଦୁର୍ନୀତି ବଢ଼ିଚାଲିଛି।ସୋଷାଇଟିରେ ନିୟମିତ କର୍ମଚାରୀ ନାହାନ୍ତି। ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ମହିପୁର ଶାଖା ର ସୁପରଭାଇଜର ସଂପାଦକ ଦାୟିତ୍ଵରେ ରହି ସେ ମାସକୁ ଗୋଟିଏ ଦିନ ସୋଷାଇଟିକୁ ଆସନ୍ତି। ଦାୟିତ୍ବରେ ଥିବା ସୋସାଇଟି ସଂପାଦକ ଚଳିତ ବର୍ଷ ମଣ୍ଡି ରେ ଧାନ କ୍ରୟ ସମୟରେ ଅନେକ ଅନିୟମିତତା କରିଥିବା ଚାଷି ମାନେ ଅଭିଯୋଗ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ସବୁଆଡେ଼ ୪ କେଜି ଧାନ କଟନି ଛଟନି ହେଉଥିବା ବେଳେ ସେ ସମସ୍ତଙ୍କ ଠାରୁ କୁଇଣ୍ଟାଲ ପିଛା ୮ କେଜି କାଟି ୪ କେଜି ମିଲର୍କୁ ଦେଇ ଆଉ ୪ କେଜି ସେ ନିଜେ ଅର୍ଥାତ କୁଇଣ୍ଟାଲ ପିଛା ୮୦ ଟଙ୍କା ହଡ଼ପ କରିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ପୁଣି ଅନ୍ୟ ଲୋକ ମାନଙ୍କ ନାଁରେ ଫଲ୍ସ ଧାନ ଏଣ୍ଟ୍ରି କରି କୁଇଣ୍ଟାଲ ପିଛା ୪୦୦ ଟଙ୍କା କମିଶନ ନେଇଯାଇଥିବା ସୋଷାଇଟି ପରିଚାଳନା କମିଟି ମେମ୍ବର ମାନେ ଅଭିଯୋଗ କରିଛନ୍ତି। ସଂପାଦକ କାହାକୁ ହିସାବ ମାଗିଲେ ଦଉନାହାନ୍ତି ‌। ପରିଚାଳନା ପରିଷଦର ନିୟମିତ ବୈଠକ ସଂପାଦକ ଡାକୁନାହାଁନ୍ତି। ସଭ୍ୟ ମାନଙ୍କ ପାଖକୁ ବୈଠକ ପାଇଁ ନୋଟିସ ପଠାଇବା ନିୟମ ଥିବା ବେଳେ ସେ କମିଟି ମେମ୍ବର ମାନଙ୍କ ପାଖକୁ ନୋଟିସ୍ ବହି ପଠାଉନାହାନ୍ତି। ଋଣ କର୍ମଶାଳା ରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ନଦେଇ ୫୦୦୦୦/- ରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇଛି ଦର୍ଶାଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେବା, ସୋଷାଇଟି ଘର ମରାମତି ନାଁ ରେ ୩୦୦୦୦ ଟଙ୍କା ଉଠାଇବା, ଚାଷୀ ମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦେବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଯେଉଁ ମାନେ ଲାଞ୍ଚ ଦେଉଛନ୍ତି ସେମାନଙ୍କୁ କେବଳ ଲୋନ୍ ଦିଆଯାଉଛି, ଏଭଳି ଦୁର୍ନୀତି କରି ତାଙ୍କ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ସମ୍ପାଦକ ଏଭଳି ଅଭିଯୋଗ ଉଠାଇଛନ୍ତି ପରିଚାଳନା କମିଟିର କିଛି ନିର୍ଦ୍ଦେଶକ। ଏ ନେଇ ପରିଚାଳନା ପରିଷଦର କିଛି ସଭ୍ୟ ଶୁକ୍ରବାର ଦିନ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ, ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ନୟାଗଡ଼, ମହିପୁର ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅଭିଯୋଗ କରି ତଦନ୍ତ କରିବା ପାଇଁ ଦାବି କରିଛନ୍ତି।ଯଦି ୭ ଦିନ ଭିତରେ ତଦନ୍ତ କରି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ।ତେବେ ସୋଷାଇଟି ନିର୍ଦ୍ଦେଶକ ମାନେ ସମିତି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ବିଷୟରେ ସୋସାଇଟ ସମ୍ପାଦକ ଙ୍କ ମତାମତ ମିଳିପାରିନାହିଁ । ନୟାଗଡ ନୂଆଗାଁରୁ ରବିନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More