ବାହାଡ଼ା ଗଚ୍ଛ ଉପରେ ଭାଲୁ: ଭାଲୁକୁ ଦେଖି ଗ୍ରାମବାସୀ ଭୟଭୀତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଗାଁ ମୁଣ୍ଡରେ ଥିବା ଏକ ବାହାଡା ଗଛ ଚଢ଼ି ରହିଛି ଭାଲୁ l  ଭାଲୁକୁ ଦେଖି ଗ୍ରାମବାସୀ ଭୟଭୀତ l ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଏକମ୍ବ।  ପଞ୍ଚାୟତ ସଦରମହକୁମା ରେ l ମିଳିଥିବା ସୂଚନା ପ୍ରକାରେ ଗ୍ରାମର କିଛି ଲୋକ ଓ ଶ୍ରମିକ ସକାଳ ୫  ଘଣ୍ଟା ସମୟରେ ଚାଷ କାର୍ଯ୍ୟ ନିମନ୍ତେ ନିଜ ନିଜର ଜମିକୁ ଯାଉଥିଲେ lଗାଁ ଠାରୁ ଅନ୍ୟୁନ ୧ କିମି ଦୂରରେ ଜମି ହୁଡ଼ା ରେ ଥିବା ଏକ ବାହାଡ଼ା ଗଛ ଉପରେ ଏକ ଭାଲୁ ଚଢି ଗଛ ଡାଳରେ ବସି ରହିଥିବା ର ଦେଖିବାକୁ ପାଇଥିଲେ l ଭାଲୁ ଭୟରେ ଚାଷ ନ କରି ଗାଁ ଭିତରକୁ ଫେରି ଆସିଥିଲେ ଓ ଗ୍ରାମବାସୀମାନଙ୍କୁ ଭାଲୁ ବିଷୟରେ ଜଣାଇଥିଲେ l ପରେ ଗ୍ରାମବାସୀ ଏ ଘଟଣା ବିଷୟରେ ଝରିଗାଁ ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ lସୂଚନା ପାଇ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ ଘଟଣା ସ୍ଥଳକୁ ବନ କର୍ମଚାରୀ ଙ୍କୁ ସଙ୍ଗେ ସଙ୍ଗେ ପଠାଇଥିଲେ l ଆଜି ସକାଳ ୯ ଘଣ୍ଟା ଠାରୁ ଜଗି ବସିଥିଲେ।ଟିକେ ସନ୍ଧ୍ୟା ହେଲେ ଭାଲୁ ଗଛରୁ ଓହ୍ଲାଇଲେ ତାକୁ ଜଙ୍ଗଲ ଅଭିମୁଖେ ଘଉଡାଇ ଦିଆ ଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଥିଲେ l ସତ କୁ ସତ ସନ୍ଧ୍ୟା ହେବା ପରେ ଗଛ ରୁ ଭାଲୁ ଓହ୍ଲାଇବା ପରେ ବନ କର୍ମଚାରୀ ଜଙ୍ଗଲକୁ ଘଉଡାଇ ଦେଇ କାର୍ଯ୍ୟାଳୟକୁ ଫେରି ନ ଥିବା ସୂଚନା ଦେଇଥିଲେ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More