ବାହାଘରରେ କୁନି ବାଛୁରୀକୁ ମାର୍କଣ୍ଡି ସଜାଇ ନୂତନ ବାର୍ତ୍ତା ଦେଲେ ତାରାକାନ୍ତ

18

Get real time updates directly on you device, subscribe now.

ଭୁବନଶ୍ଵର(ସଂଘର୍ଷ ମିଡିଆ) : – ବାହାଘର ଦେଉଛି ଭିନ୍ନ ଏକ ବାର୍ତ୍ତା। ବାହାଘରରେ ମଣିଷ ବଦଳରେ ମାର୍କଣ୍ଡି ସାଜିଛି କୁନି ବାଛୁରୀ। ନିଜ ବାହାଘରରେ ଶିଷକ ତାରାକାନ୍ତ ନିଜର ସମସ୍ତ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଇଛନ୍ତି । ନିଜର ଭାଇ ଭଳି ବାଛୁରିକୁ ପ୍ରେମ କରି ନିଜ ହାତରେ ସଜେଇ ଦେଉଛନ୍ତି ହଳଦୀ ଏବଂ ଅଳତାରେ ,କେବଳ ମାର୍କୁଣ୍ଡି ସାଜିନି ବାଛୁରିଟି ତାରାକାନ୍ତଙ୍କ କୋଳରେ, ଗାଡିରେ ବସିବା ସହିତ,ବିବାହରେ ମଧ୍ୟ ସାମିଲ୍ ହୋଇଛି । ହିନ୍ଦୁ ଧର୍ମ ପରମ୍ପରାରେ ବିବାହକୁ ମନେ ରଖିବା ପାଇଁ ସମସ୍ତେ କ୍ୟାମେରାରେ ନିଜର ବିବାହ ବେଳର ଭିଡିଓ ଏବଂ ଫଟୋକୁ କଏଦ୍ କରିଥାନ୍ତି । ଏମିତିକି ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ଉଭୟ କନ୍ୟା ଏବଂ ବର ପକ୍ଷ ବେଶ୍ ଖୁସି ଆନନ୍ଦ ରେ ବିଭିନ୍ନ ଆୟୋଜନ କରିଥାନ୍ତି।ବେଳେବେଳେ,କିଛି ସ୍ଥାନରେ କିଛି ନିଆରା ବିବାହ ଦେଖିବା ପାଇଁ ମିଳିଥାଏ । ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଭୁବନେଶ୍ଵର ଉପକଣ୍ଠର ପଥରଗାଡିଆ ଗ୍ରାମରେ । ତାରକାନ୍ତ ବୃତ୍ତିରେ ଶିକ୍ଷକ,ଯେ କି ସମାଜସେବୀ ଭାବରେ ଗୋମାତାଙ୍କ ସେବା କରିଥାନ୍ତି, ପଶୁ ପକ୍ଷୀ ଙ୍କ ସେବା ମଧ୍ଯ କରିଥାନ୍ତି । ତାଙ୍କର ପେଶା ହେଉଛି ଶିକ୍ଷକତା କିନ୍ତୁ ନିଶା ପଶୁ ପକ୍ଷୀଙ୍କ ସେବା କରିବା, ତାଙ୍କର ପଶୁପକ୍ଷୀଙ୍କ ପାଇଁ ରହିଥିବା ପ୍ରେମ ପାଇଁ,ସେ ମାର୍କଣ୍ଡି ଭାବରେ ଜଣେ କୁନି ବାଛୁରିକୁ ନିଜ ସାଥିରେ ନେଇ ନିଜ ପତ୍ନୀଙ୍କୁ ଆଣିବା ପାଇଁ ଯାଇଛନ୍ତି । ତେବେ ଏହି ନିଆରା ବିବାହକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହା ସେମାନଙ୍କୁ ଏକ ଭଲ ବାର୍ତ୍ତା ଦେଉଛି ।ପଶୁପକ୍ଷୀ କଥା କହି ପାରୁ ନ ଥିଲେ ମଧ୍ୟ ସେମାନଙ୍କୁ ସ୍ନେହ ଦେଲେ ସେମାନେ ବି ସ୍ନେହ ଅଜାଡି ଦେଇଥାନ୍ତି । ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାରକୁ ଦୁରେଇବା ପାଇଁ ଏହି ଭଳି ଏକ ନିଆରା ପ୍ରୟାସ କରିଥିବା କହିଛନ୍ତି ତାରାକାନ୍ତ। ଭୁବନେଶ୍ୱରରୁ ପ୍ରଶାନ୍ତ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ଲାଇଭ୍ ।ବାହାଘରରେ କୁନି ବାଛୁରୀକୁ ମାର୍କଣ୍ଡି ସଜାଇ ନୂତନ ବାର୍ତ୍ତା ଦେଲେ ତାରାକାନ୍ତ ଭୁବନଶ୍ଵର(ସଂଘର୍ଷ ମିଡିଆ) : – ବାହାଘର ଦେଉଛି ଭିନ୍ନ ଏକ ବାର୍ତ୍ତା। ବାହାଘରରେ ମଣିଷ ବଦଳରେ ମାର୍କଣ୍ଡି ସାଜିଛି କୁନି ବାଛୁରୀ। ନିଜ ବାହାଘରରେ ଶିଷକ ତାରାକାନ୍ତ ନିଜର ସମସ୍ତ ସ୍ନେହ ଶ୍ରଦ୍ଧା ଅଜାଡ଼ି ଦେଇଛନ୍ତି । ନିଜର ଭାଇ ଭଳି ବାଛୁରିକୁ ପ୍ରେମ କରି ନିଜ ହାତରେ ସଜେଇ ଦେଉଛନ୍ତି ହଳଦୀ ଏବଂ ଅଳତାରେ ,କେବଳ ମାର୍କୁଣ୍ଡି ସାଜିନି ବାଛୁରିଟି ତାରାକାନ୍ତଙ୍କ କୋଳରେ, ଗାଡିରେ ବସିବା ସହିତ,ବିବାହରେ ମଧ୍ୟ ସାମିଲ୍ ହୋଇଛି । ହିନ୍ଦୁ ଧର୍ମ ପରମ୍ପରାରେ ବିବାହକୁ ମନେ ରଖିବା ପାଇଁ ସମସ୍ତେ କ୍ୟାମେରାରେ ନିଜର ବିବାହ ବେଳର ଭିଡିଓ ଏବଂ ଫଟୋକୁ କଏଦ୍ କରିଥାନ୍ତି । ଏମିତିକି ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ଉଭୟ କନ୍ୟା ଏବଂ ବର ପକ୍ଷ ବେଶ୍ ଖୁସି ଆନନ୍ଦ ରେ ବିଭିନ୍ନ ଆୟୋଜନ କରିଥାନ୍ତି।ବେଳେବେଳେ,କିଛି ସ୍ଥାନରେ କିଛି ନିଆରା ବିବାହ ଦେଖିବା ପାଇଁ ମିଳିଥାଏ । ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଭୁବନେଶ୍ଵର ଉପକଣ୍ଠର ପଥରଗାଡିଆ ଗ୍ରାମରେ । ତାରକାନ୍ତ ବୃତ୍ତିରେ ଶିକ୍ଷକ,ଯେ କି ସମାଜସେବୀ ଭାବରେ ଗୋମାତାଙ୍କ ସେବା କରିଥାନ୍ତି, ପଶୁ ପକ୍ଷୀ ଙ୍କ ସେବା ମଧ୍ଯ କରିଥାନ୍ତି । ତାଙ୍କର ପେଶା ହେଉଛି ଶିକ୍ଷକତା କିନ୍ତୁ ନିଶା ପଶୁ ପକ୍ଷୀଙ୍କ ସେବା କରିବା, ତାଙ୍କର ପଶୁପକ୍ଷୀଙ୍କ ପାଇଁ ରହିଥିବା ପ୍ରେମ ପାଇଁ,ସେ ମାର୍କଣ୍ଡି ଭାବରେ ଜଣେ କୁନି ବାଛୁରିକୁ ନିଜ ସାଥିରେ ନେଇ ନିଜ ପତ୍ନୀଙ୍କୁ ଆଣିବା ପାଇଁ ଯାଇଛନ୍ତି । ତେବେ ଏହି ନିଆରା ବିବାହକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଏହା ସେମାନଙ୍କୁ ଏକ ଭଲ ବାର୍ତ୍ତା ଦେଉଛି ।ପଶୁପକ୍ଷୀ କଥା କହି ପାରୁ ନ ଥିଲେ ମଧ୍ୟ ସେମାନଙ୍କୁ ସ୍ନେହ ଦେଲେ ସେମାନେ ବି ସ୍ନେହ ଅଜାଡି ଦେଇଥାନ୍ତି । ପଶୁପକ୍ଷୀଙ୍କ ଉପରେ ଅତ୍ୟାଚାରକୁ ଦୁରେଇବା ପାଇଁ ଏହି ଭଳି ଏକ ନିଆରା ପ୍ରୟାସ କରିଥିବା କହିଛନ୍ତି ତାରାକାନ୍ତ। ଭୁବନେଶ୍ୱରରୁ ପ୍ରଶାନ୍ତ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ଲାଇଭ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More