କଟକ(ସଂଘର୍ଷ ମିଡିଆ ) : : ନରସିଂହପୁର ବ୍ଲକ ଅଧିନ ବାସେଳିହତା ଗାଁର ଇଷ୍ଟ ଦେବୀ ମା ବାସେଳି ଠାକୁରାଣୀ ଙ୍କର ଆଜି ୧୮ ତମ ବାର୍ଷିକ ଉତ୍ସବ ଓ ନାମ ଯଜ୍ଞ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ ଆରମ୍ଭ ହେବା ଦିନ ଠାରୁ ମା ବାସେଳି ଙ୍କର ପୂଜାର୍ଚ୍ଚନା ଯଥା ବିଧି ରେ ଅନୁଷ୍ଠିତ ହେଉଛି। ୧୪ ତାରିଖ ରୁ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ଗାଁର ଶତାଧିକ ମହିଳା ଓ ପୁରୁଷ ମାନେ ନିଜର ଅନ୍ତରିକତା ସହକାରେ ଆସି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ଗ୍ରାମ ସଭାପତି ଅରୁଣ କୁମାର ରାଉତ ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିବା ବେଳେ ସମ୍ପାଦକ ରମେଶ ଚନ୍ଦ୍ର ସାହୁ,କୋଷାଧକ୍ଷ ଗଗନ ବିହାରୀ ସ୍ୱାଇଁ, ସରପଞ୍ଚ କଳିଙ୍ଗ କେଶରୀ ମହାଳିକ,ସମିତିସଭ୍ୟଙ୍କ ପ୍ରତିନିଧି ବୀରକିଶୋର ଧଳ ଓ ବାସେଳୀ କମିଟି ସମ୍ପାଦକ ମନୋଜ କୁମାର ବଳିୟାରସିଂ ଙ୍କ ସହ ରଶ୍ମିରଞ୍ଜନ ମହାଳିକ ଉପସ୍ଥିତ ରହି ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଛନ୍ତି।ଏଥିସହିତ ଗାଁ ର ବାସେଳୀ କମିଟି ସଭ୍ୟ ସୁନନ୍ଦ କୁମାର ନାୟକ,ସନ୍ତୋଷ କୁମାର ମହାଳିକ, ଗଦାଧର ରାଉତ,ସୁଧୀର ରାଉତ,ପ୍ରକାଶ ଚନ୍ଦ୍ର ସ୍ୱାଇଁ,ଚିନ୍ମୟ କୁମାର ସାହୁ,ମାୟାଧର ରାଉତ,ଭରତ କୁମାର ସାହୁ,ପ୍ରସନ୍ନ କୁମାର ରାଉତରାୟ, ସତ୍ୟାନନ୍ଦ ମହାରଣା,ସଞ୍ଜୟ ଦାସ,ପୁରୋହିତ ରମେଶ ଚନ୍ଦ୍ର ମିଶ୍ର,ଶେଷଦେବ ସାହୁ,ଭାସ୍କର ଚନ୍ଦ୍ର ସାହୁ, ସୁଭାଷ ଚନ୍ଦ୍ର ଦାସ,ପ୍ରମୋଦ କୁମାର ନାୟକ,ସାଧୁ ପଦ୍ମଚରଣ ଦାସ, ପ୍ରମୋଦ ମହାପାତ୍ର ଙ୍କ ସମେତ ଗାଁର ଶହ ଶହ ମହିଳା ଓ ପୁରୁଷ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ।ପ୍ରତ୍ୟେକ ଦିନ ୧୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ସଂକୀର୍ତ୍ତନ ପରିବେଷଣ କରାଯାଉଛି। ଆଧ୍ୟାତ୍ମିକ ପରିବେଶ ରେ ପ୍ରକମ୍ପିତ ହେଉଛି ବାସେଳିହତା ଅଞ୍ଚଳ।