ବାସୁଦେବପୁର ରାସ୍ତା ସଂପ୍ରସାରଣ ନାଁରେ ଜବରଦଖଲ ଉଚ୍ଛେଦ

15

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଗତ କିଛି ମାସହେବ କରୋନା ପାଇଁ ସରକାରଙ୍କ ଲକଡାଉନ , ସଟଡାଉନରେ ଲୋକ ଏବେ ନିଜର ଜିବିକା ହରାଇ ବସିଥିବା ବେଳେ ବ୍ୟବସାୟି ମାନଙ୍କ ପାଇଁ ଏବେ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି ପ୍ରଶାସନର ଏହି ଜବର ଦଖଲ ଉଚ୍ଛେଦ ।ଜାମୁଝାଡ଼ିରୁ ଧାମରା ରାସ୍ତା ସଂପ୍ରସାରଣ ପାଇଁ ବାସୁଦେବପୁର ବଜାରରେ ଥିବା ରାସ୍ତା ପାଖ ଜବରଦଖଲକାରୀ ଦୋକାନି ମାନଙ୍କୁ ଉଛେଦ କରାଯାଇଅଛି । ପ୍ରଶାସନ ପକ୍ଷରୁ ଆଗୁଆ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା । ସ୍ଥାନୟ ପୌରପ୍ରଶାସନ ପକ୍ଷରୁ ବାସୁଦେବପୁର ବଜାରକୁ ୩୬ ଘଣ୍ଟିଆ ସଟଡ଼ାଉନ କରାଯାଇ ଏହି ଜବରଦଖଲ ଉଚ୍ଛେଦ କରାଯାଇଅଛି । ଆଇନ ସୃଙ୍ଖଳ ପରିସ୍ଥିତିକୁ ନଜରରେ ରଖି ଅଧିକ ଦୁଇ ପ୍ଲାଟୁନ ଫୋର୍ଷ ମୃତୟନ କରାଯାଇଥିଲା । ଜବରଦଖଲ ଉଛେଦ ବେଳେ ଭଦ୍ରକ ଉପଜିଲ୍ଲାପାଳ , ବାସୁଦେବପୁର ତହସିଲଦାର , ବାସୁଦେବପୁର ପୌର କାର୍ଯ୍ୟନିର୍ବାହି ଅଧିକାରୀ ଉପସ୍ଥିତ ରହିମଧ୍ୟ ସଂପ୍ରତି କରୋନା ମହାମାରୀ ପାଇଁ ସାମାଜିକ ଦୁରତା ଉପରେ କେହି ଗୁରତ୍ଵ ଦେଉନଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More