ବାଲ୍ୟ ବିବାହ ରୋକିବା ପାଇଁ ହରିପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବଡ଼ ପଦକ୍ଷେପ

27

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ ) : – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ର ନୂତନ ଯୁବ ସରପଞ୍ଚ ଜିତେନ୍ଦ୍ର ଖଟୁଆ ଏକ ବଡ଼ ପଦକ୍ଷପ ନେଇଛନ୍ତି । ନୂଆଗାଁ ବ୍ଲକ ଅଞ୍ଚଳ ରେ ବାଲ୍ୟ ବିବାହ ଧୀରେ ଧୀରେ ବଢୁଥିବାର ଦେଖି ଆଜି ନିଜ ଗ୍ରାମପଞ୍ଚାୟତ ପରିସରରେ ବାଲ୍ୟ ବିବାହକୁ ରୋକିବା ପାଇଁ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ତଥା ଅଙ୍ଗନୱାଡି କର୍ମୀ ଏବଂ ନୟାଗଡ଼ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ନୂଆଗାଁ ବ୍ଲକ ICDH ସୁପରଭାଇଜର ମଞ୍ଜୁଶ୍ରୀ ପଣ୍ଡା, CHSI ସୁଜାତା ବେହେରା, ସୋମନାଥ ଦେବ ବିଦ୍ୟାପୀଠ ର ଶିକ୍ଷକ ବିଜୟ କୁମାର ବାରିକଙ୍କୁ ନେଇ ଏକ ବୈଠକ ବସିଥିଲା । ICHD ସୁପରଭାଇଜର ଶ୍ରୀମତୀ. ପଣ୍ଡା ଗୋଟିଏ ଛୋଟ ଝିଅକୁ ବିବାହ କରିବା ଦ୍ୱାରା ତା ଉପରେ ପଡୁଥିବାକୁ ପ୍ରଭାବକୁ ନିଜର ବକ୍ତବ୍ୟରେ କହିଥିଲେ । ପରବରତ୍ତି ସମୟ ରେ ହରିପୁର ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀଯୁକ୍ତ. ଜିତେନ୍ଦ୍ର ଖଟୁଆ ନିଜର ଅଭିଭାଷଣରେ କହିଥିଲେ ଗୋଟିଏ ଝିଅକୁ ବୟସ ନହେବା ପୃବରୁ ବିବାହ ଦେବା ଆଇନି ଅନୁସାରେ ଦଣ୍ଡନିୟ ଅଟେ । ଆପଣ ମାନେ ନିଜର କୁନି କୁନି ଝିଅଙ୍କୁ ବିବାହ ଦେଇ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଆପଣ ମାନେ ଦୈନିକ ଖବର କାଗଜରେ ଦେଖୁଥିବେ କି ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଗୋଟିଏ ମାଆ ଛୁଆ କୁ ପ୍ରସବ ନ କରିପାରି ମୃତ୍ୟୁ ବରଣ କରୁଛି । ଏହି ସବୁ ପାଇଁ କେବଳ ଆପଣ ମାନେ ଦାୟୀ । କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ଵର୍ଗାରପି ଗରିଅସୀ । ଆପଣ ମାନେ ପ୍ରଥମେ ମାଆଙ୍କୁ ସଂମାନ ଦିଅନ୍ତୁ । ଆଗାମୀ ଦିନରେ ହରିପୁର ଗ୍ରାମପଞ୍ଚାୟତରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାମପଞ୍ଚାୟତର ପ୍ରତେକ ଅଞ୍ଚଳକୁ ଯାଇ ଲୋକମାନଙ୍କୁ ସଚେତନ କରାଯିବ । ଏବଂ ଯେଉଁ ବ୍ୟକ୍ତି ମାନେ ଏଥିରେ ଅବମାନନା କରିବେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ନୟାଗଡ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More