ବାଲ୍ୟ ବିବାହକୁ ରୋକିଲେ ଗାଁ କମିଟି

23

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ପଂଚାୟତର ଡୁମୁନିଗୁଡା ନିକଟ ବର୍ତ୍ତୀ ବିଜୁ ଗୁଡା ଗ୍ରାମରେ ବାଲ୍ୟ ବିବାହକୁ ରୋକା ଯାଇଥିବା ଜଣା ପଡିଛି | ପ୍ରାପ୍ତ ଖବରରୁ ଜଣା ଯାଇଛି ଯେ ଡାବୁଗାଁ ବ୍ଲକ ଡାବୁଗାଁ ପଂଚାୟତ ଅଧୀନ ଡୁମୁନି ଗୁଡା ନିକଟ ବର୍ତ୍ତୀ ବିଜୁଗୁଡା ଗ୍ରାମର ନାବାଳକ ସନ୍ୟାସୀ ଜାନି ଓ ନାବାଳିକା ଉଆଁସୀ ଜାନି ଗତ ୨୭ ନଭେମ୍ବର ୨୦୨୨ରୁ ଗାଁ ଛାଡି ବାହାରକୁ ଚାଲି ଯାଇଥିଲେ | ସେହି ପୁଅ ଓ ଝିଅର ପରିବାର ଜାଣିବା ପରେ ଖୋଜା ଖୋଜି କରିଥିଲେ | କିଛି ଦିନ ପରେ ଉକ୍ତ ପରିବାରର ମୁଖ୍ୟ ମାନେ ନାବାଳକ ଓ ନାବାଳିକାକୁ ଘରକୁ ଆଣି ବୁଝା ସୁଝା କରିଥିଲେ | ଏହି ବିଷୟକୁ ନେଇ ଗ୍ରାମରେ ଏକ ଗ୍ରାମ ସଭା କରାଯାଇଥିଲା | ସେହି ଗ୍ରାମସଭା ରେ ବାଲ୍ୟ ବିବାହ କମିଟି ସଭାପତି କମଳ ପୂଜାରୀ, ପରଜା ସମାଜ ର ସଭାପତି ରାମଚନ୍ଦ୍ର ଜାନି, ଅଙ୍ଗନୱାଡି କର୍ମୀ ଅମିତା ବେହେରା, ଡମଣୀ ଜାନି, ସ୍ପ୍ରେଡ଼ କର୍ମୀ ଦଳମା ହରିଜନ ଏବଂ ପୁଅର ପିତା ଜଗବନ୍ଧୁ ଜାନି ଓ ଝିଅର ପିତା ଜଗନ୍ନାଥ ଜାନି ଉପସ୍ଥିତ ଥିବା ବେଳେ ଗ୍ରାମର ଅନ୍ୟମାନେ ସହଯୋଗ କରିଥିଲେ | ଏ ବିଷୟକୁ ନେଇ ଶିଶୁଵିକାଶ ଅଧିକାରୀ ଡାବୁଗାଁ ଗୀତାଞ୍ଜଳି ମହାରଣାଙ୍କୁ ପଚାରିବାରୁ, ସରକାରଙ୍କ ନିୟମାନୁଯାୟୀ ପ୍ରତି ପଞ୍ଚାୟତର ଶିଶୁ ସୁରକ୍ଷା କମିଟି ଗଠିତ ହୋଇଛି | ବର୍ତ୍ତମାନ ସରକାରୀ ସ୍ତରରେ ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା କମିଟି ଭାବେ ନାମିତ ହେବ | ଏହି କମିଟି ବାଲ୍ୟ ବିବାହ ଶିଶୁ ଶ୍ରମିକ ରୋକିବା ପାଇଁ ଗ୍ରାମ୍ୟ ସ୍ତରରେ ଚେଷ୍ଟା କରିବ | ଡୁମୁନିଗୁଡା ଗାଁ କଲ୍ୟାଣ ସମିତି ବିଜୁଗୁଡା ଗ୍ରାମରେ ବାଲ୍ୟ ବିବାହକୁ ସଫଳତାର ସହ ରୋକା ଯାଇଛି | ଡାବୁଗାଁ ବ୍ଲକର ୧୪୨ଟି ଅଙ୍ଗନୱାଡି କେନ୍ଦ୍ରରୁ ନଅ ଗୋଟି ବାଲ୍ୟ ବିବାହକୁ ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ରୋକା ଯାଇଥିଲା | ଉକ୍ତ ବାଲ୍ୟ ବିବାହକୁ ରୋକିବାରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଜାତି ସମାଜର ସଭ୍ୟମାନେ ସହଯୋଗ କରିଥିଲେ | ଉକ୍ତ ବାଲ୍ୟ ବିବାହକୁ ଆପ୍ପ ମାଧ୍ୟମରେ ସଚେତନ କରାଯାଇଛି ବୋଲି ପ୍ରକାଶ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More