ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସୁବର୍ଣପୁର ଜ଼ିଲ୍ଲା ପ୍ରଶାସନ ତରଫରୁ ପ୍ରତିରୋଧ ମଞ୍ଚ ବୈଠକ ଅନୁଷ୍ଠିତ

28

Get real time updates directly on you device, subscribe now.

ସୁବର୍ଣପୁର(ସଂଘର୍ଷ ମିଡିଆ ) : ଜ଼ିଲ୍ଲା ପ୍ରଶାସନ ,ସୁବର୍ଣ୍ଣପୁର , ଆକ୍ସନ ଏଡ଼ ଓ ୟୁନିସେଫ ଓଡିଶାର ମିଳିତ ଆନୁକୂଲ୍ୟରେ ଆଜି ସୁବର୍ଣପୁର ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ୨ୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ଯଦିଓ ବାଲ୍ୟ ବିବାହ କମିବାରେ ଲାଗିଛି ତଥାପି ମଧ୍ୟ ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ, ଶିଶୁ ଶ୍ରମ କୁ ସମ୍ପୂର୍ଣ ମାତ୍ରାରେ ବନ୍ଦ କରାଯିବା ଉପରେ ଜିଲ୍ଲାପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି l ପରିସଂଖ୍ୟନ ମୁତାବକ ଜିଲ୍ଲlରେ ୧୫ ବର୍ଷ ରୁ ୧୭ ବର୍ଷ ମଧ୍ୟରେ ସ୍କୁଲ ଯାଉନଥିବା ଅଥବା ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀଙ୍କ ସଂଖ୍ୟା ୨0୮୭ ରହିଛି l ଏହି ସ୍କୁଲ ଡ୍ରପ ଆଉଟ କିଶୋର କିଶୋରୀଙ୍କ ଉପରେ ଆବଶ୍ୟକ ଧ୍ୟାନ ଦେବା ସହିତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଏମାନଙ୍କୁ ପୁଣି ଯେପରି ଶିକ୍ଷା କ୍ଷେତ୍ରରେ ଯୋଡି ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାରେ ବାଲ୍ୟ ବିବାହ କମୁଥିବା ବେଳେ କିଶୋରୀ ମାତୃତ୍ୱ ସଂଖ୍ୟା ବଢ଼ିବାରେ ଲାଗିଛି, ତେଣୁ ସମସ୍ତ ବିଭାଗୀୟ କାର୍ଯ୍ୟକର୍ତ୍ତା ଏହାକୁ ଗୁରୁତର ସହ ନେଇ ଏହାକୁ ରୋକିବା ନିମନ୍ତେ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ, l ଗତ ତା ୨୧/୧୨/୨୧ ରେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା, ଶିଶୁ ଶ୍ରମିକ ତଥା ଶିଶୁ ନିର୍ଯାତନା, କିଶୋର କିଶୋରୀ ସଶକ୍ତି କରଣକୁ ତୃଣମୂଳ ସ୍ତରରେ ବ୍ୟାପକ କରିବା ନିମନ୍ତେ କିଶୋର କିଶୋରୀ ମାନଙ୍କୁ ନେଇ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରାଯାଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଥିବା ସୂଚନା ପ୍ରଦାନ କରାଯାଇଥିଲା l ଆଜି ଅନୁଷ୍ଠିତ ବୈଠକରେ ରାକେଶ ପ୍ରଧାନ ଜ଼ିଲ୍ଲା ସଂଯୋଜକ ଆକ୍ସନ ଏଡ଼ ଓ ୟୁନିସେଫ, ମଞ୍ଚ ସହିତ ଯୋଡି ହୋଇଥିବା କିଶୋରୀ ବାଳିକା ବାଳକ ମାନଙ୍କର ଭୂମିକା ଓ ଜନ ସଚେତନତା ସୃଷ୍ଟି ଦିଗରେ ସେମାନଙ୍କର ଦାୟିତ୍ଵ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲାର ୬ ଟି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିଜ ଅଞ୍ଚଳରେ ବାଲ୍ୟ ବିବାହକୁ ନାଁ କହିଥିବା, ବାଲ୍ୟ ବିବାହରୁ ଉଦ୍ଧାର ପାଇଥିବା ଓ ବାଲ୍ୟ ବିବାହ କରି ଗର୍ଭ ଧାରଣ କରିଥିବା କିଶୋରୀ ମାନଙ୍କ ବିଷୟରେ ବିଶେଷ ଆଲୋଚନା କରିଥିଲେ ତଥା ଗ୍ରାମ୍ୟ ସ୍ତରରେ ନିଆଯାଇ ଥିବା ଜନ ସଚେତନ ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ପ୍ରତ୍ୟକ ବ୍ଲକରୁ ଆସିଥିବା ସଖି, ସହେଲି,ସଖା ଓ ବନ୍ଧୁ ମାନେ ତାଙ୍କ ଗ୍ରାମର ସ୍ଥିତି,ଗ୍ରାମରେ ହେଉଥିବା ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ନିର୍ଯାତନା ତଥା କିଶୋରୀ ମାତୃତ୍ୱ ଉପରେ ବୈଠକରେ ସୂଚନା ପ୍ରଦାନ କରି ତାଙ୍କ ନିଜ ତରଫରୁ ନେଇଥିବା ପଦକ୍ଷେପ ବିଷୟରେ ବୈଠକରେ ଉପସ୍ଥାପନ କରିଥିଲେ । ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ଡେପୁଟି କଲେକଟର -ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ – ଗୌରମଣୀ ହାଂସଦା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜା ଦାସ, ରାକେଶ ପ୍ରଧାନ ଜ଼ିଲ୍ଲା ସଂଯୋଜକ ଆକ୍ସନଏଡ଼ ଓ ୟୁନିସେଫ, ଅନିତା ଗୁରୁ ପ୍ରୋଗ୍ରାମ ଅଫିସର, ସମସ୍ତ ୬ ଗୋଟି ବ୍ଲକ ର ସି ଡି ପି ଓ ସହିତ ପ୍ରତ୍ୟକ ବ୍ଲକରୁ ଆସିଥିବା ସଖି, ସହେଲି ସଖା ଓ ବନ୍ଧୁ ମାନେ ବୈଠକରେ ଯୋଗ ଦେଇ ନିଜସ୍ୱ ମତାମତ ପ୍ରଦାନ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More