ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜାତି ସମାଜର ସମନ୍ଵୟ ବୈଠକ ଅନୁଷ୍ଠିତ

25

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସମାଜ କଲ୍ଯାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଳିତ ବୈଠକରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧି କୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନେ ମିଳିତ ଭାବରେ ଗ୍ରାମ ସ୍ତରରେ କରିଥବା ଜନ ସଚେତନତା କାର୍ଯ୍ୟକ୍ରମ ଓ ବାଲ୍ୟବିବାହ କୁ ରୋକିବାର ର କାର୍ଯ୍ୟ କ୍ରମକୁ ସମୀକ୍ଷା କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ମାର୍ଚ ମାସ ସୁଧା ଜିଲ୍ଲାରେ ୧୭୧ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୬୯୩ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ଜଣାଇ ଥିଲେ।ଏଥି ସହିତ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ୨୩ ଟି ଜାତି ସମାଜର ମୁଖ୍ୟ ମାନେ ନିଜ ନିଜ ଜାତିରେ ବୈଠକ କରି ନିଜ ସମାଜରେ ବାଲ୍ୟ ବିବାହ ନକରିବାକୁ ଘୋଷଣା କରିବା ସହିତ ଜିଲା ପ୍ରଶାସନ କୁ ଲିଖିତ ଭାବରେ ପ୍ରତିଶୃତି ଦେଇଥିବାର ବିଷୟରେ ସୂଚନା ଦେଇଥିଲେ । ପରେ ଜିଲ୍ଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୨୩ଟି ଜାତିସମାଜର ମୁଖ୍ୟ ମାନେ ଜିଲ୍ଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ନିଜ ସମାଜରେ ଜାତି ମୁଖିଆ ମାନେ ବାଲ୍ୟ ବିବାହକୁ ପ୍ରଶାସନ ସହଯୋଗ ରେ ରୋକିବା , ବ୍ଲକ ସ୍ତରରେ ପ୍ରତି ମାସରେ ପ୍ରଶାସନ ଓ ଜାତିସମାଜର ମିଳିତ ବୈଠକ କରାଇବା ,ସମାଜ ମୁଖିଆ ଓ ପ୍ରଶାସନିକ ଅଧିକାରୀ ମାନେ ମିଳିତ ଭାବରେ ଗ୍ରାମ ଗୁଡିକରେ ଜନ ସଚେତନ କାର୍ଯ୍ୟ କ୍ରମ କରିବା, କିଶୋର କିଶୋରୀ ମାନଙ୍କୁ ପଲିଟେନିକ ଶିକ୍ଷା ଓ ଦକ୍ଷତା ବିକାଶ ଶିକ୍ଷାରେ ଯୋଡିବା ଆଦି କାର୍ଯ୍ୟ କ୍ରମ ରେ ସମସ୍ତ ସମାଜ ର ମୁଖ୍ୟ ମାନେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଥିଲେ ।ଜିଲ୍ଲାର ସମସ୍ତ ବିଭଗର୍ ଅଧିକାରି ବ୍ରୁନ୍ଦ ଉପସ୍ତିତ୍ ଥିବାବେଳେ ସୁପରଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More