ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିରେ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ ସାରା ଦେଶରେ ସମସ୍ତ ଭାରତୀୟ ମାନଙ୍କ ପାଖରେ ପଂହଚାଇବା ପାଇଁ ୭୫ ମିଟର ଲମ୍ବ ଜାତୀୟ ତୀରଙ୍ଗା ଧରି ବିରାଟ ରାଲି କରାଯାଇଥିଲା । ଏହାକୁ RSS ଏବଂ ବଜରଙ୍ଗ ଦଳର କର୍ମୀମାନେ ପରିଚାଳନା କରିଥିଲେ । ଏହି ୭୫ତମ ସ୍ୱାଧୀନତା ଅବସରର ଅମୃତ ମହୋତ୍ସବ ରାଲି ବାଲୁଗାଁ ଥାନା ଠାରୁ ବାହାରି ବାଲୁଗାଁ ଏନଏସି ପରିଭ୍ରମଣ କରିଥିଲେ। ଏଥିରେ ବିଭିନ୍ନ ସ୍କୁଲ ଶିକ୍ଷାନୁଷ୍ଠାନ,ବିଭିନ୍ନ ସଙ୍ଘ ଓ ଜନତା ସହଯୋଗ କରି ଏହି ବିଶାଳ କାୟ ୭୫ ମିଟର ଲମ୍ବା ଜାତୀୟ ପତାକାକୁ ଧରି ବାଲୁଗାଁର ସମସ୍ତ ଓର୍ଡକୁ ବୁଲିବା ସହିତ ଲୋକମାନଙ୍କୁ ସଚେତନତା କରାଇଥିଲେ । ଏହକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।