ବାଲୁକା ଚିତ୍ର ମାଧ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ବିଶ୍ଵ ପରିବେଶ ଦିବସ। ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ ପ୍ରଦୂଷଣ ନେଇ ଲୋକଙ୍କୁ ସଚେତନ କରେଇଛନ୍ତି। ପୁରୀ ବେଳାଭୂମିରେ ଅଲିଭ ରିଡଲେ କଇଁଛର ଏକ ପ୍ରତିକୃତି ବାଲିରେ କରିଛନ୍ତି। ତେବେ ସବୁଠୁ ନିଆରା କଥା ହେଉଚି ଏହି ବାଲୁକା ଚିତ୍ର କଳାରେ 2320ଟି ପ୍ଲାଷ୍ଟିକ ବୋତଲ ବ୍ୟବହାର କରାଯାଇଛି। ଏହି ଆର୍ଟ ମାଧ୍ୟମରେ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ପ୍ଲାଷ୍ଟିକ ପ୍ରଦୂଷଣ ଏବେ ସାରା ବିଶ୍ଵରେ ଭୟଙ୍କର ସମସ୍ୟା ଭାବେ ମୁଣ୍ଡ ଟେକିଛି। ପ୍ଲାଷ୍ଟିକ ପଦାର୍ଥ ମଣିଷ ବ୍ୟବହାର କରିବା ପରେ ଏଣେତେଣେ ଫିଙ୍ଗି ଦେଉଚି। ଯାହାକି ପରବର୍ତ୍ତୀ ସମୟରେ ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର, ନଦୀ, ନାଳ ରେ ପହଂଚି ଜଳକୁ ପ୍ରଦୂଷିତ କରୁଚି। ସମୁଦ୍ର ରେ ହଜାର ହଜାର ଜଳ ଜୀବ ଏହି ମାରାତ୍ମକ ପ୍ଲାଷ୍ଟିକ ପ୍ରଦୂଷଣ ର ଶିକାର ହୋଇ ଜିବନ ଯାଉଚି। ଅତି ସୁନ୍ଦର ଅଲିଭ ରିଡଲେ କଇଁଛ ର ଜିବନ ମଧ୍ୟ ଏବେ ଏହି ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ବିପଦ ରେ । ଏଣୁ ସମସ୍ତେ ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବନ୍ଦ କରି ପାରମ୍ପାରିକ ପ୍ରାକୃତିକ ଜିନିଷ ମାଟି ତିଆରି ସାମଗ୍ରୀ, କାଗଜ ଓ ସୂତା କପଡାରୁ ତିଆରି ବ୍ୟାଗ ବ୍ୟବହାର କରିବାକୁ ସାରା ବିଶ୍ଵ ବାସୀ ଙ୍କୁ ବାଲୁକା ଚିତ୍ରକଳା ରେ ବାର୍ତା ଦିଆଯାଇଛି। ପୁରୀ ନୀଳାଦ୍ରି ବିଛ ରେ ଏହି ବାଲୁକା ଚିତ୍ରକଳା କରଯାଇଛି। ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ଅବସର ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା କରି ସାରା ବିଶ୍ଵବାସୀଙ୍କୁ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥାନ୍ତି। ପ୍ରତିବର୍ଷ ଜୁନ୍ 5 ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବେ ସାରା ବିଶ୍ଵ ରେ ପାଳନ କରାଯାଏ । ବିଶେଷ କରି ପରିବେଶ , ଜଳ ଓ ବାୟୁ ପ୍ରଦୂଷଣ ରୋକିବା ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଏ। ସାରା ବିଶ୍ଵ ରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯକ୍ରମ କରାଯାଇ ଏହି ଦିବସ ପାଳନ କରାଯାଏ। ମିଳିତ ଜାତିସଂଘ ତଥା ୟୁଏନ୍ ପକ୍ଷରୁ ଏହି ବିଶ୍ଵ ପରିବେଶ ଦିବସ 5 ଜୁନ୍ 1973 ମସିହାରୁ ଆରମ୍ଭ ହେଇଥିଲା। ଏହା ପରେ ପ୍ରତିବର୍ଷ 5 ଜୁନକୁ ସାରା ବିଶ୍ଵ ରେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ୟୁ ଏନ୍ ର ସୁଚନା ଅନୁଯାୟୀ ସାରା ବିଶ୍ଵରେ ପ୍ରତିବର୍ଷ 400 ମିଲିୟନ ପ୍ଲାଷ୍ଟିକ ଉତ୍ପାଦନ ହେଉଚି। ଯାହାକି ଅଧିକାଂଶ ଥରେ ବ୍ୟବହାର ହୋଇଥାଏ। 10 ପ୍ରତିଶତକୁ କମ ପ୍ଲାଷ୍ଟିକ ପଦାର୍ଥ ରିସାଇକେଲ ତଥା ପୁନ ବ୍ୟବହାର ହୋଇ ପାରିଥାଏ। ପ୍ରତିବର୍ଷ 19 ରୁ 23 ମିଲିୟନ ଟନ୍ ପ୍ଲାଷ୍ଟିକ ସମୁଦ୍ର, ନଦୀ, ନାଳ ରେ ପହଂଚି ଥାଏ। ଏହି ପ୍ଲାଷ୍ଟିକ କଣିକା ସମୁଦ୍ର, ନଦୀ ଜଳ କୁ ପ୍ରଦୂଷିତ କରିଥାଏ। ପରବର୍ତ୍ତୀ ସମୟ ରେ ଏହା ପରିବେଶ, ଜଳ, ବାୟୁ କୁ ପ୍ରଦୂଷଣ କରେ। ଯାହାକି ଜୀବ ଜଗତ ଉପରେ ପ୍ରଭାବ ପଡେ। ଜଳ ପ୍ରଦୂଷଣ ଦ୍ଵାରା ନାନାଦି ରୋଗ ବ୍ୟାପି ଜଳଚର ଜୀବ ମୃତ୍ୟୁ ବରଣ କରୁଛନ୍ତି। ମଣିଷ ମଧ୍ୟ ସମୁଦ୍ର, ଜଳ ଜୀବ ଜରିଆରେ ଏହାର ଶିକାର ହେଇଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More