ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରୀ ଜୀଉଙ୍କ ନୀଳାଦ୍ରି ବିଜେ ପାଇଁ ଶୁଭେଚ୍ଛା

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପବିତ୍ର ନୀଳାଦ୍ରି ବିଜେ ଅବସରରେ ଶୁଭେଚ୍ଛା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏଥି ସହିତ ରସଗୋଲା ଦିବସର ଶୁଭେଚ୍ଛା ଦିଆଯାଇଛି ବାଲୁକା ଚିତ୍ରକଳାରେ । ମହାପ୍ରଭୁ ଶ୍ରଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତିକୃତି ସହ କୁଡ଼ୁଆରେ ରସଗୋଲାର ଚିତ୍ର ଏହି ବାଲୁକା ଚିତ୍ରକଳା ରେ ସ୍ଥାନ ଦିଆ ଯାଇଚି। ପୁରୀର ନିଳାଦ୍ରୀ ବିଚ୍ଚରେ ଏହି ସୁନ୍ଦର ବଲୁକା ଚିତ୍ରକଳା କରାଯାଇଛି। ମହାପ୍ରଭୁଙ୍କ ରଥ ଯାତ୍ରାର ଶେଷ ନୀତି ହେଉଚି ନୀଳାଦ୍ରି ବିଜେ।ମହାପ୍ରଭୁ ରଥ ଉପରୁ ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିବେ। ଗୋଟି ପହଣ୍ଡିରେ ମହାପ୍ରଭୁ ଶ୍ରୀ ମନ୍ଦିରକୁ ବିଜେ କରିବେ। ତେବେ ମହାପ୍ରଭୁ ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟରେ ଯେତେବେଳେ ପହଞ୍ଚିବେ ଲକ୍ଷ୍ମୀ ଠାକୁରାଣୀ କବାଟ ବନ୍ଦ କରିଦେବେ। ରଥ ଯାତ୍ରାରେ ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ କେବଳ ଭାଇ ଭଉଣିଙ୍କୁ ଧରି ଶ୍ରୀ ଗୁଣ୍ଡିଚା ଯାତ୍ରା କରିଥିଲେ ମହାପ୍ରଭୁ । ତେବେ ପରମ୍ପରା ଅନୁଯାୟୀ ମହାପ୍ରଭୁ ପତ୍ନୀ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରାଇବା ପାଇଁ। ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦେଖିବା ପାଇଁ ଉତ୍କଣ୍ଠା ରେ ଅପେକ୍ଷା କରିଚନ୍ତି ଭକ୍ତ। ଏହି ଦିବସକୁ ଓଡ଼ିଶା ବାସି କିଛି ବର୍ଷ ହେବ ରସଗୋଲା ଦିବସ ଭାହେ ପାଳନ କରିଆସୁଛନ୍ତି। ମହାପ୍ରଭୁଙ୍କୁ ନୀଳାଦ୍ରି ବିଜେ ଦିବସରେ ହଜାର ହଜାର ଭକ୍ତ ରସଗୋଲା ଭୋଗ କରିଥାନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More