ବାଲୁକା ଚିତ୍ରକଳାରେ ବିରାଟଙ୍କୁ ୩୫ତମ ଜନ୍ମ ଦିନର ଶୁଭେଚ୍ଛା

46

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନଭେମ୍ବର 5 ତାରିଖରେ ଟିମ୍ ଇଣ୍ଡିଆର ଷ୍ଟାର୍ ବିରାଟ କୋହୋଲିଙ୍କ 35 ତମ ଜନ୍ମଦିନ। ବିରାଟଙ୍କ ଜନ୍ମ ଦିନ ଅବସରରେ ତାଙ୍କ ପ୍ରଶଂସକ ଜନ୍ମ ଦିନର ଅଭିନନ୍ଦନ ବିଭିନ୍ନ ନିଆରା ଢଙ୍ଗ ରେ ଶୁଭେଚ୍ଛା ଦେଉଛନ୍ତି। ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ଯ ବାଲୁକା ଚିତ୍ରକଳାରେ ବିରାଟଙ୍କୁ 35 ତମ ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି। ପୂରୀର ନୀଳାଦ୍ରି ବିଚରେ ବାଲୁକା ଚିତ୍ରକଳାରେ ବିରାଟଙ୍କ ପ୍ରତିକୃତି ନିର୍ମାଣ ସହ ଏକ ଷ୍ଟାଡିୟମର ପ୍ରତକୃତି ମଧ୍ଯ ତିଆରି ହୋଇଛି। ବିରାଟ କୋହଲିଙ୍କୁ ସୁଦର୍ଶନ ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ଆଗାମୀ ଦିନରେ ସେ ଆହୁରି ସଫଳ ହୁଅନ୍ତୁ ଓ ବିଶ୍ଵକପ ଜିତାଇ ଭାରତର ଗୌରବ ବୃଦ୍ଧି କରନ୍ତୁ ବୋଲି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More