ବାଲୁକାକଳାରେ ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା

37

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନାଙ୍କ ପ୍ରତିକୃତି ସ୍ଥାନ ଦିଆଯାଇଛି ବାଲୁକାକଳାରେ। ଭାରତ କ୍ରିକେଟ ଟିମ ପୂର୍ବତନ ଅଧିନାୟକ ତଥା ବିଶିଷ୍ଟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଓ ଭାରତୀୟ ଦଳର ଆଉ ଜଣେ ଦକ୍ଷ ଖେଳାଳି ସୁରେସ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ତେବେ ତାଙ୍କର ଭାରତୀୟ କ୍ରିକେଟ ପ୍ରତି ଅବଦାନ ଓ ତାଙ୍କର ନିଆରା ଖେଳିବା ଶୈଳୀ ସବୁଦିନ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସ୍ମୃତି ହୋଇ ରହିବ ବୋଲି ବାଲୁକାକଳା ମାଧ୍ୟମ ରେ ବାର୍ତା ଦିଆଯାଇଛି । ଅଗାମୀ ଭବିଷ୍ୟତର ଶୁଭ କାମନା ବାଲୁକାକଳା ମାଧ୍ୟମରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମିତ ଏକ ସୁନ୍ଦର ବାଲୁକାକଳା ବାର୍ତା ଦେଇ ଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନାଙ୍କ ପ୍ରତିକୃତି ସ୍ଥାନ ଦିଆଯାଇଛି ବାଲୁକାକଳାରେ। । ଏହି ଦୁଇ ଜଣ ମହାନ ଖେଳାଳିଙ୍କ ଅବସରରେ ସମସ୍ତେ ତାଙ୍କର ଖେଳ କୁ ମନେ ପକାଇବେ ବୋଲି ବାଲୁକାକଳାରେ ବାର୍ତା ରହିଚି । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More