ପୁରୀ ( ସଂଘର୍ଷ ମିଡିଆ ) : ଅକ୍ଟୋବର ୨ ତାରିଖକୁ ସାରା ଭାରତ ବାସୀ ଗାନ୍ଧି ଜୟନ୍ତୀ ଭାବେ ପାଳନ କରିଥାନ୍ତି । ସତ୍ୟ , ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ବିଶେଷ ଦିବସରେ ମହାତ୍ମାଗାନ୍ଧୀଙ୍କୁ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟନାୟକଙ୍କ ଦ୍ବାରା ନିର୍ମିତ ବାଲୁକାକଳା ଚିତ୍ର ରେ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ଦେଶ ବାସୀ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା କୁ ଆହ୍ୱାନ ଦେଇଛନ୍ତି। ପୁରୀର ବେଳାଭୂମିରେ ନିର୍ମିତ ଏହି ବାଲୁକାକଳା ଚିତ୍ର ରେ ମହାତ୍ମାଗାନ୍ଧୀ ପ୍ରତିକୃତି ନିର୍ମାଣ ସହ ତ୍ରିରଙ୍ଗାକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି।