ବାଲିଘାଟ ନିଲାମ ପାଇଁ ଥାନା ଘେରିଲେ ଗ୍ରାମବାସୀ, ସନ୍ଧେହ ଘେରରେ ତହସିଲଦାରଙ୍କ ଭୂମିକା

14

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କଲମପୁର ତହସିଲ ଅନ୍ତର୍ଗତ ଖଣ୍ଡିଡଙ୍ଗରିଗୁଡା ହାତୀନଦୀ ଘାଟ ନିଲାମ ହେବା ପ୍ରସଙ୍ଗ ଏବେ ବିବାଦ ଘେରକୁ ଟାଣି ହୋଇ ଆସୁଛି । ବାଲିଘାଟ ନିଲାମ ହେବାପରେ ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଏହାକୁ ତୀବ୍ରବିରୋଧ କରିଆସୁଛନ୍ତି । ତଥାପି ତହସିଲ କାର୍ଯ୍ୟାଳୟ ନିଜ ଜିଦରେ ଅଟଳ ରହି ନିଲାମ ପ୍ରଦାନକରିଛନ୍ତି । ନିଲାମଧାରୀ ଲୋକଙ୍କ ବିରୋଧର ଶିକାରହେଲା ପରେ ଗ୍ରାମବାସୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ନାମରେ ଜୟପାଟଣା ଥାନାରେ ମାମଲା ଦାୟରକରିଥିଲେ । ଏଥିରେ ଗ୍ରାମବାସୀ ଉତ୍କ୍ଷିଖିପତ ହୋଇ ବଡ଼କୂଟରୁ ଫାଣ୍ଡି ଘେରାଉ କରିଥିବା ବେଳେ , ଫାଣ୍ଡିଅଧିକାରୀ ଅସହାୟ ପ୍ରକାଶ କରିବାପରେ ଗ୍ରାମବାସୀମାନେ ଜୟପାଟଣା ଥାନାକୁ ଯାଇ ଗ୍ରାମବାସୀ ଅଭିଯୋଗ ଦେଇଥିଲେ । ଲିଜଧାରୀ ଭଗବାନ ବିହାରୀ ଥାନାରେ ପହଂଚି ସମସ୍ତ କାଗଜପତ୍ର ଦାଖଲକରି ନିଜ ପକ୍ଷ ରଖିଥିବାବେଳେ , ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଏହା ପୋଲିସ ମାମଲା ନୁହେଁ ରାଜସ୍ୱ ବିଭାଗର ମାମଲା ଓ ଏହା ତହସିଲ କାର୍ଯ୍ୟାଳୟରେ ହିଁ ନିଷ୍ପତି ନିଆଯିବ ବୋଲି ଗ୍ରାମବାସୀଙ୍କୁ କହିଛନ୍ତି ।ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ଯେ ତହସିଲଦାରଙ୍କ ଭୂମିକାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଲମପୁର ଅଂଚଳର ବାଲି ଘାଟ ପଛରେ ତହସିଲଦାରଙ୍କ ଭୂମିକା ସନ୍ଧେହ ଜନକ ବୋଲି ଜନସାଧାରଣ ଅନୁମାନ କରୁଥିବା ଦେଖିବାକୁ ମିଳିଛି । ପାରିପାର୍ଶକ ପରିସ୍ଥିତିକୁ ଅଣଦେଖା କରି ତହସିଲଦାର ନିଜ ଜିଦରେ ଅଟଳ ରହି କୌଣସି ପ୍ରକାରେ ନିଲାମ ପ୍ରକ୍ରିୟା ଶେଷ କରିଦେଲେ । ପଲ୍ଲୀସଭା ଏବଂ ଗ୍ରାମ ସଭାରେ ଗ୍ରାମବାସୀ ନଦୀ ଖଣ୍ଡି ଲିଜକୁ ପ୍ରତ୍ୟାକ୍ଷାନ ସ୍ୱରୂପ ଦସ୍ତଖତ କଲା ପରେ ମଧ୍ୟ ଏହା ଉପରେ କୌଣସି ବିଚାର ବିମର୍ଷ ନ କରିବା ସହ ସରପଞ୍ଚଙ୍କ NOC ମିଳିନଥିବା ଜଣାପଡିଛି । ତଥାପି ଲିଜ ପ୍ରଦାନ ପଛରେ ଯେଉଁ ଉଦେଶ୍ୟ ରହିଛି ତାହାହିଁ ବିବାଦୀୟ ରୂପ ନେଇଥିବା ଗ୍ରାମବାସୀ କହିଛନ୍ତି । ପ୍ରକାଶ ଯେ କେଉଁ ଆବାହାନ କାଳରୁ କଲମପୁର ବ୍ଲକର ମଧ୍ୟସ୍ଥଳରେ ହାତୀନଦୀ ପ୍ରଭାବିତ ହେଉଛି ସେଠାରୁ ରାଜସ୍ୱ ଉପାର୍ଜନ ନିମନ୍ତେ ତହସିଲ ପକ୍ଷରୁ ବାରମ୍ବାର ଉଦ୍ୟମ କରି ବିଫଳ ହେଲା ପରେ କାର୍ଯ୍ୟରତ ଅଧିକାରୀ ତହସିଲଦାର କରିସ୍ମା ବେଶ୍ରା ଉଦ୍ୟମ କରି ମଧ୍ୟ ଵିଫଳ ହୋଇଥିଲେ ହେଁ ତାହାକୁ ସଫଳ କରିବାକୁ ଶେଷ ପର୍ଯ୍ୟାୟରେ ରେ ପହଂଚିଛନ୍ତି । ଖଣ୍ଡିଡଙ୍ଗରିଗୁଡା ଗ୍ରାମବାସୀ ଯେକୌଣସି ପରିସ୍ଥିତିରେ ମଧ୍ୟ ବାଲି ଉଠାଣ ନିମନ୍ତେ ସୁଯୋଗ ଦିଆଯିବ ନାହିଁ ବୋଲି ନିଜ ଜିଦରେ ଅଟଳ ଅଛନ୍ତି । ଜୟପାଟଣା ଥାନାରୁ ଫେରି ଗ୍ରାମବାସୀ ମାନେ ନିଜ ଗ୍ରାମରେ ସଭାକରୀ ନିଷ୍ପତି ନେବେବୋଲି ଜଣା ପଡିଥିବା ବେଳେ, ଲିଜଧାରୀ ନିଲାମ ରଦ୍ଧ କରିଦେଲେ ମଧ୍ୟ ମୁଁ ତାହାକୁ ମାନିନେବି ବୋଲି କହିଛନ୍ତି । ତେବେ ମାମଲା କେଉଁ ରୂପନେବ ତାହା ପ୍ରଶାସନିକ କାର୍ଯ୍ୟ ଉପରେ ନିର୍ଭର କରୁଛି । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More