ବାଲିଆ ବାଣ ଦୁର୍ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

14

Get real time updates directly on you device, subscribe now.


କେନ୍ଦ୍ରାପଡା (ସଂଘର୍ଷ ମିଡିଆ) : – କେନ୍ଦ୍ରାପଡା ଜିଲ୍ଲା ବାଲିଆ ବଜାର ବାଣ ବିସ୍ପୋରଣ ଘଟଣାରେ ୩ କଣକୁ ଗିରଫ କରିଛି ସଦର ପୋଲିସ l ୩ ଅଭିଯୁକ୍ତ ହେଲେ ସ୍ଥାନୀୟ ବାଲିଆ ଅଞ୍ଚଳର ବୁଲୁ ମଲିକ୍, ଅରକ୍ଷୀତ ମଲିକ ଓ ଚିଲୁ ଦାସ l ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ IPC ଧାରା ୨୮୬, ୩୩୭, ୩୩୮, ୧୦୯, fire work and loud speake act 5 ଏବଂ explosives act 3 ଓ 5 ରେ ମାମଲା ରୁଜୁ ହୋଇଛି l ଗିରଫ ଅଭିଯୁକ୍ତ ମାନେ ଭିନ୍ନଭିନ୍ନ ପୂଜା କମିଟିର ସଦସ୍ୟ ବୋଲି ଜଣାପଡିଛି l ଏହି ଘଟଣାରେ ୨ ବାଣୁଆଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଘଟଣାରେ ସମ୍ପୃକ୍ତ ୨ ବାଣୁଆଙ୍କ ମଧ୍ୟରୁ ଜଣେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣେ ବାଣୁଆ ଫେରାର୍ ଥିବା ପୋଲିସ ସୂଚନା ଦେଇଛି l ସେହିପରି ପୋଲିସ ୮ ଜଣଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି l ଘଟଣାର ତଦନ୍ତ ଚାଲିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More