ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକର ଵଣକାଟି ପଞ୍ଚାୟତର ବାର୍ହାଜିୟାଣୀ ଗ୍ରାମରେ ଗ୍ରାମରେ ୨୪ ତମ ଦିଶମ ସହରାୟ ପର୍ବ ଓ ପ୍ରତିଯୋଗିତା ଧୂମଧାମର ସହିତ ପାଳିତ ହୋଇଛି। ଗୋରୁଙ୍କୁ ସିଙ୍ଗରେ ବିଭିନ୍ନ ଫୁଲ ଓ ଫୁଲମାଳ ପିନ୍ଧାଇ ବାର୍ହାଜିୟାଣୀ ଗ୍ରାମ ଖେଳ ପଡିଆରେ ଅପରାହ୍ନରେ ସୁସଜ୍ଜିତ କରି ଗୋରୁ ଗାଇଙ୍କୁ ଖୁଣ୍ଟରେ ବାନ୍ଧି ଗୋରୁ ଖୁଣ୍ଟା ଉତ୍ସବ ଧୂମଧାମର ସହିତ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ଅଂଚଳର ୧୫ଟି ଗୋରୁ ଖୁଣ୍ଟା ପାରଂପରିକ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।ଗୋ ନୃତ୍ଯକାରୀ ଦଳର ବିଭିନ୍ନ କୌତୁକିଆ ପୋସାକ ପିନ୍ଧି ମାଦଳ, ନାଗରା, ଧୂମସା ଇତ୍ୟାଦି ବାଦ୍ୟ ଯନ୍ତ୍ର ସହ ଫୋଟକା ଫୁଟାଇ ଗୋରୁଗାଇଙ୍କୁ ନଚାଇବା ଦୃଶ୍ୟ ବିଶେଷ ଆକର୍ଷଣୀୟ ହୋଇଥିଲା।ଏତିକବେଳେ ମହିଳା ମାନେ ନୂତନ କୂଲାରେ ଦୀପ ଜାଳି ଅରୁଆ ଚାଉଳ ଓ ଦୂବ ଘାସ ନେଇ ଗୋରୁଗାଇ’ଙ୍କୁ ପାରମ୍ପାରିକ ଗୀତ ଗାଇ ବନ୍ଦାଇଥିଲେ। ତେବେବାର୍ହାଜିୟାଣୀ ଖୁଣ୍ଟା ଉତ୍ସବ ଅଞ୍ଚଳରେ ପ୍ରସିଦ୍ଧ ଥିବାରୁ ଆଖପାଖ ତଥା ଦୂର ଦୁରାନ୍ତ ଗ୍ରାମରୁ ହଜାର ହଜାର ଦେଖଣାହାରୀ ଲୋକେ ପହଞ୍ଚି ଖୁଣ୍ଟା ଉତ୍ସବ ଉପଭୋଗ କରିଥିଲେ। ଗ୍ରାମରେ ମେଳା ସଦୃଶ୍ୟ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ତେବେ ଏହି ଗୋ ବାନ୍ଦଣା ପର୍ବକୁ ସବୁ ବର୍ଗର ଲୋକେ ଉପଭୋଗ କରିଥିଲେ । ୧୫ଟି ବଳଦ ମଧ୍ଯରୁ ଶ୍ରେଷ୍ଠ ୪ଟି ବଳଦକୁ ଅନ୍ୟ ବଳଦ ମାନଙ୍କୁ ସାନ୍ତ୍ବନାମୂଳକ ସେମାନଙ୍କ ଆକର୍ଷଣୀୟ ଡିଆଁ ଡେଇଁ ପାଇଁ କମିଟି ତରଫରୁ ସେମାନଙ୍କ ମାଲିକଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,, ସମାଜସେବୀ ରଜନୀ ବିନ୍ଧାଣି,,ଵଣକାଟି ସରପଞ୍ଚ ଦେଲା ସୋରେନ, ସମିତି ସଭ୍ୟା ସୁଗିତାରାଣି ହେମ୍ବ୍ରମ,ମାଝିଆରାମ ମାର୍ଣ୍ଡୀ,ରାଇସେନ ବେଶ୍ରା,ଯଦୁମଣି ମୁର୍ମୁ, ବିଶ୍ଵନାଥ ହେମ୍ବ୍ରମ,ଭଂଜମୋହନ ଟୁଡୁ,ବଳରାମ ଟୁଡୁ,ଗାନେ ମାର୍ଣ୍ଡି ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମକୁ ଉତ୍ସବର ସଭାପତି ବିରାମ ମୁର୍ମୁ, ସଂପାଦକ ଡେମକା ମାର୍ଣ୍ଡୀ, ପୁଦାନ, ପିଥ, ଭବେନ, ସୁନାରାମ, ମୁନା, ହିନ୍ଦୁ, ହାଜାମ, କାହ୍ନୁ, ସାଲାଇ, ଲୁବିନ, ଈଶ୍ବର, ପାରାଉ ,ରାଜେଶ ପରିଚାଳନାରେ ସହଯୋଗ କରିଥିଲେ ।