ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ 70ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ପାରଳା ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧକ୍ଷା ଵାଲା ସାୟାମ୍ମା, କାଶୀନଗର ବ୍ଲକ ବିଡ଼ିଓ ଡ଼ମ୍ବୁରୁଧର ମଲ୍ଲିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ଏମ. ସୁଧାରାଣୀ,ବ୍ଲକ ଉପାଧକ୍ଷ ରଘୁରାମ ସାହୁ,କଉଁସିଲର କାଟିକି ରାମା ରାଓ ପ୍ରମୁଖ ଯୋଗ ଦେଇଥିଲେ ।