ବାମରୁ ଡାହଣକୁ ଡାହଣରୁ ବାମକୁ କହିବା ଚର୍ଚ୍ଚାରେ ଯୁବକ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ଆଜିର ଦୁନିଆରେ ସମସ୍ତେ ପାଠ ପଢିଲା ବେଳେ ହେଉ କଥା କହିବା ଠାରୁ ଆରମ୍ଭ କରି ପୁରାଣ ଭାଗବତ ହେଉ ବାମରୁ ଡାହାଣକୁ ସମସ୍ତେ ପଢା ପଢି କରିଥାନ୍ତି ।ପ୍ରତି କଥା କହିଲା ବେଳେ ମଧ୍ୟ ସିଧା ସିଧା କଥା କହିଥାନ୍ତି ।କିନ୍ତୁ ଆଜିର ଦୁନିଆରେ ଦେଖା ଦେଇଛି ଏକ ଯୁବକ ଡାହାଣରୁ ବାମକୁ ନିର୍ଭୁଲ ଭାବରେ ପଢିବାରେ ସମସ୍ତଙ୍କୁ ଚକିତ କରିବା ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହିଭଳି ଘଟଣା ଦେଖିବାକୁ ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡ଼ାଳ ଗ୍ରାମର ଯୁବକ ଲୋକନାଥ ଦଳେଇ ବୟସ 52 ବର୍ଷ। ପୂର୍ବରୁ ପାଲା ପରିବେଷଣ କରିବା ପରେ ଦିନକୁ ଦିନ ଏହାର ଚାହିଦା କମିବାରୁ ପରବର୍ତ୍ତୀ ସମୟରେ ଗୁପୁଚୁପ ବେପାର କରିବା ସହ ଓଲଟା ଗୀତ ଗାଇ ଗ୍ରାହକ ମାନଙ୍କୁ ଆକୃଷ୍ଟ କରି ପାରିବା ସହ ବେଶ ଦୁଇ ପଇସା ରୋଜଗାର କରି ପାରିଛନ୍ତି । ଏହି ଯୁବକ ଜଣକ ରାତି ପାହିଲେ ଦିନ 10 ଘଟିକା ଠାରୁ ଘରୁ ବାହାରି ସାଙ୍ଗରେ ଗୁପୁଚୁପୁ ଧରି ବାହାରି ପଡନ୍ତି ରୋଜଗାର ଆଶାରେ ।ଏକଡ଼ାଳ ସମେତ ବିଭିର୍ଣ ଗାଁକୁ ଗାଁ ବୁଲି ଗୁପୁଚୁପୁ ବିକ୍ରି କରି କିଛି ରୋଜଗାର କରି ନିଜ଼ର ପରିବାର ଭରଣ ପୋଷଣ କରିଥାନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More