ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁର। ୨୦୨୩ମସିହାରେ ମହାପ୍ରଭୁ ଜଗନ୍ନାଥଙ୍କ ୩୪ତମ ବାହୁଡା଼ ଯାତ୍ରା ମହା ସମାରୋହ ତଥା ବହୁ ଜନ ସମାଗମରେ ଅଞ୍ଚଳବାସୀ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ର ଅଧିବାସୀ ମାନଙ୍କ ଗହଣରେ ପାଳିତ ହୋଇ ଯାଇଛି । ପାଗ ବହୁତ ଅନୁକୂଳ ଥିବାରୁ ବହୁ ଜନ ସମାଗମ ହୋଇଥିଲା। ତିନି ଠାକୁରଙ୍କ ପହଣ୍ଡି କାର୍ଯ୍ୟ କ୍ରମ ଦିନ ସାଢେ଼ ବାରଟା ଭିତରେ ବିଧି ବିଧାନ ପୂର୍ବକ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ରେ ଭକ୍ତଙ୍କ ଭିଡକୁ ଦେଖି ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜଳ,ସର୍ବତ,ଅନ୍ନ ପ୍ରସାଦ ବଣ୍ଟନ କରୁଥିବାର ଲକ୍ଷ୍ୟ କରାଯାଇଥିଲା। ରାଇରଙ୍ଗପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାମନ ଘାଟି ବ୍ରାହ୍ମଣ ମହାସଭା ପୂର୍ବ ବର୍ଷ ଭଳିଆ ଏ ବର୍ଷ ମଧ୍ୟ ପିସିଏମ୍ କଲ୍ୟାଣ ମଣ୍ଡପ ସମ୍ମୁଖରେ ଭକ୍ତ ତଥା ସର୍ବ ସାଧାରଣ ମାନଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରଥଟଣା ପର୍ଯ୍ୟନ୍ତ ସୁଚାରୁରୂପେ ଚାଲୁରଖିଥିଲେ। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ପ୍ରଭାସ କବି, ସମ୍ପାଦକ ଅଶ୍ଵିନୀ ପଣ୍ଡା, ଦେଵବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ, ସତ୍ୟ ରଞ୍ଜନ ମହାପାତ୍ର, ଗଣେଶ ଦାଶ,ସୁଧୀର ମିଶ୍ର,ବୀରେଶ କବି, କଟି ପଣ୍ଡା, ବାଇଧର ପଣ୍ଡା,ନୃପତି ମିଶ୍ର, ମମୀତା ଚୌଧୁରୀ,ପ୍ରଦୀପ ହୋତା,ମାନସ ଓତା, ଧୂର୍ଜଟି ଓତl, ମତିଲାଲ୍ ଶତପଥୀ, ଦିଲ୍ଲୀପ ଷଡଙ୍ଗୀ, ବିଜୟ ପଣ୍ଡା, ବୀଟୁ ଷଡଙ୍ଗୀ,ନିକୁଞ୍ଜ ମିଶ୍ର, ସଂଗ୍ରାମ କବି,ସଚ୍ଚିଦାନନ୍ଦ କର, କର ସାର ଓ ବ୍ରାହ୍ମଣ ମହାସଭା ର ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏତତ୍ ବ୍ୟତୀତ ବିଭିନ୍ନ ଅନୁଷ୍ଠାନର ବହୁ ସଦସ୍ୟ ମାନେ, ସହରର କିଛି ଭକ୍ତ ମାନେ ମଧ୍ୟ ଏଥିରେ ଉପସ୍ଥିତ ହୋଇ ବଣ୍ଟନ କାର୍ଯ୍ୟକ୍ରମରେ ସାହାର୍ଯ୍ୟ କରିଥିଲେ। ବାମନ ଘାଟି ବ୍ରାହ୍ମଣ ମହାସଭା ର ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମକୁ ସର୍ବ ସାଧାରଣ ତଥା ଭକ୍ତ ମାନେ ପ୍ରଶଂସା କରୁଥିଲେ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।