ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡଭରଣ୍ଡି ଗ୍ରାମପଞ୍ଚାୟତ ଅଧିନରେ ଥିବା ନାଗରାଡଙ୍ଗରି ଗ୍ରାମରେ ବାବା ଲୋକନାଥ ମନ୍ଦିରର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟରେ ଗତ ୨୬/୧୧/୨୦୨୩ରିଖ ଠାରୁ ଆରମ୍ଭ ହୋଇ ତା ୨୭/୧୧/୨୯୨୩ ରିଖରେ ଶେଷ ହୋଇଯାଇଛି। ଏହି ଅବସରରେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରତିନିଧି ସଞ୍ଜୟ ଗୁପ୍ତା ସହଯୋଗୀ ବାପି ସିଲ ଯୋଗଦେଇଥିଲେ ।ଏହି କାର୍ଯ୍ୟ ରେ ଗ୍ରାମର ସମସ୍ତ ଭଗତ, ଜଗତ ,ରୈତ ମିଶି ମହା ଅନନ୍ଦରେ ପରିଚାଳନା କରିଥିଲେ ।ଗ୍ରାମର ମାଟି ପୂଜାରୀ ଓ ମୋତିଗାଇନି ପୂଜାରୀ ଭିମଲ ପୂଜାରୀ, ଶିବ ମନ୍ଦିର ପୂଜାରୀ ଦସମୁ ପୂଜାରୀ ସମେତ ସମସ୍ତ ପୂଜକ ଉପସ୍ଥିତଥିଲେ । ରତ୍ନମୁଦ କାର୍ଯ୍ୟ କୁ ପୂଜକ ଭାବରେ ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଶାବରୀ ମନ୍ତ୍ରରେ ପୂଜା, ହୋମ, ଯଜ୍ଞ ପରିଚାଳନା କରିଥିଲେ ।ତାଙ୍କ ସହିତ ଖେଯା ପାଞ୍ଜିଆର ସହଯୋଗ କରିଥିଲେ । ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ସଭାପତି ଉର୍ଦ୍ଧବ ଚରଣ ନାୟକ ଯୋଗ ଦେଇଥିଲେ ।ଏହି ଯଜ୍ଞ ସମ୍ପୁର୍ଣ ଶାବରୀ ପୂଜା ପଦ୍ଧତିରେ ହୋଇଥିଲା । ଇନ୍ଦ୍ର ଇନ୍ଦ୍ରାଣୀ ବିବାହ ଆଦିବାସୀ ପରମ୍ପରାରେ ହୋଇଥିଲା ।ତେଲ ହଳଦୀ ଦେବା ବର କନିଆଙ୍କୁ ପଟୁଆରରେ ଗ୍ରାମ ପରିକ୍ରମା କରିଥିଲେ ।ଅଲେଖ ମହିମା ଭକ୍ତଙ୍କ ଦ୍ଵାରା ଏହି ଠାରେ ଅନ୍ୟ ଏକ ଯଜ୍ଞ ଅନୁଷ୍ଠିତ ହୋଇ ବ୍ରହ୍ମ ଅଗ୍ନି ସ୍ଥାପନ କରାଯାଇଥିଲା । ସୁଦୂର ଯୋରନ୍ଦା ରୁ ସାଧୁ ବାବା ଧୁନି ପ୍ରଜ୍ବଳନ କରିଥିଲେ । କମିଟିର ସଭାପତି ଟଙ୍କଧର ଗୌଡ଼ ଓ ବାସୁଦେବ ଗୌଡ଼ ମନୋଜ ଗୌଡ଼ ନକୁଳ ଗୌଡ଼ ପରିଚାଳନା କରିଥିଲେ ।ଶତାଧିକ ଭକ୍ତଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିଲା । ସହସ୍ରାଧିକ ଭକ୍ତ ରତ୍ନ, ଧାନ୍ୟ ଅର୍ପଣ କରିଥିଲେ,ମହୁଲି ବଙ୍ଗୀୟ ଭକ୍ତମାନଙ୍କୁ ନେଇ ସଂକୀର୍ତ୍ତନ ଦୁଇ ଦଳ ଅଂଶ ଗ୍ରହଣ କରିଥିବା ବେଳେ କଳାହାଣ୍ଡିରୁ ସଂକୀର୍ତ୍ତନ ଦଳ ଯୋଗଦେଇଥିଲେ ।ବହୁତ୍ ସୁରୁଖୁରୁରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କ ଭକ୍ତିଭାବପୂର୍ଣ୍ଣ ବ୍ୟବହାର ରେ ଜନସାଧାରଣ ଖୁସିବ୍ୟକ୍ତ କରିଥିଲେ ।ଗ୍ରାମର ଯୁବକ ଯୁବତୀ ଛୋଟ ଛୋଟ ପିଲାମାନେ ମଧ୍ୟ ଏହି ସେବା କରିବାରେ କୁଣ୍ଠାବୋଧ ହୋଇ ନଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l