ବାବା ବୈଦ୍ୟନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

85

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଉମରକୋଟ ପୋୖରାଞ୍ଚଳ ଅଧିନ ଗୁଳିପାଟଣା ସ୍ଥିତ ବାବା ବୈଦ୍ୟନାଥ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପୂଜା କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ।ଏହି ପ୍ରତିଷ୍ଠା ଉତ୍ସଵ କାର୍ଯ୍ୟକ୍ରମ ଆଠ ଦିନ ଧରି ଚାଲିବ।ଗଞ୍ଜାମ ଜିଲ୍ଲାର ୧୦ ଜଣ ପଣ୍ଡିତଙ୍କ ଦ୍ଵାରା ପ୍ରତିଷ୍ଠା କାର୍ଯ୍ୟ କରାଯାଉଛି। ପ୍ରଥମ ଦିନ ଗୁରୁବାର ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ, ଶୁକ୍ରବାର ବନ ଯୋଗ, ରତ୍ନ ମୁଦ୍ରା, ଶନିବାର ମଙ୍ଗଳ ରୋପଣ, ଜଳଯାତ୍ରା, ମଣ୍ଡଳ କରଣ ଓ ପ୍ରତିଷ୍ଠାରମ୍ଭ, ରବିବାର ଦେବତା ଅଧିବାସ ଅଗ୍ନି ସଂସ୍କାର,ଘୃତ ଯଜ୍ଞ, ନାମ ଯଜ୍ଞ ଅଧିବାସ, ସୋମବାର ଦେବତା ମହାସ୍ନାନ,ଶୟନ, ଘୃତ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ, ମଙ୍ଗଳବାର ଦେବତା ମାନଙ୍କର ବିଗ୍ରହ ପ୍ରତିଷ୍ଠା, ନାମ ଯଜ୍ଞ, ବୁଧବାର ଲିଂଗ ସ୍ଥାପନ ଓ ବିଗ୍ରହ ମାନଙ୍କ ସ୍ଥାପନ, ଧ୍ଵଜା ଭ୍ରମଣ,ଘୃତ ଯଜ୍ଞର ପୂର୍ଣ୍ଣାହୁତି,ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ଲିଂଗ ସହର ପରିକ୍ରମା, ଗୁରୁବାର ଦିନ ନାମ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅଛି।ଭଗବାନ ମହାଦେବ ଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ମହା ଆଡମ୍ବର ସହକାରେ ପାଳନ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି।ଶନିବାର ସକାଳ ୭ଘଣ୍ଟା ସମୟରେ ଶତାଧିକ ମହିଳାଙ୍କୁ ନେଇ ଦରଗାଗୁଡା ନଦୀରୁ ଏକ କଳସ ଯାତ୍ରା କରାଯିବ।ଶନିବାର ଠାରୁ ଗୁରୁବାର ଯାଏଁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପ୍ରବଳ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ଆନନ୍ଦ ବଜାର ଖୋଲାଯିବା ସହ ଏହାର ସୁବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଲିଙ୍ଗ ପ୍ରତିଷ୍ଠା ପୂର୍ବରୁ ବୁଧବାର ଦିନ ମହାଦେବ ଙ୍କ ଲିଙ୍ଗ ସହର ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More