ବାବା ବଳିଆଙ୍କ ସମର୍ଥନରେ ବାହାରିଲେ ବିଭିନ୍ନ ସଂଗଠନ

13

Get real time updates directly on you device, subscribe now.

ତିର୍ତ୍ତୋଲ (ସଂଘର୍ଷ ମିଡିଆ) : ଆଜି ଶ୍ରୀମଦ ବାବା ବଳିଆଙ୍କୁ ସାମାଜିକ ଗଣମାଧ୍ୟମରେ ନିନ୍ଦା କରୁଥିବା ଓ ବିଭିନ୍ନ ଦେବାଦେବୀ ମାନଙ୍କୁ ଅଶ୍ଲୀଳ ଇଙ୍ଗିତ ଦେଉଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ନିନ୍ଦା ଏବଂ ପ୍ରତିବାଦରେ ଆଜି ଜଗତସିଂପୁର ତିର୍ତ୍ତୋଲ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ନେଇ ବିଭିନ୍ନ ସଂଗଠନ ଯଥା ଇଣ୍ଡିଆନ ହ୍ୟୁମାନ ରାଇଟ , ଆସ ଆମେ ଭଲ ମଣିଷ ହେବା , ବିଶ୍ବହିନ୍ଦୁପରିଷଦ ,ବଜରଙ୍ଗଦଳ ତରଫରୁ ଭେଟିଥିଲେ । ସମାଜସେବୀ ତଥା ବାବା ବଳିଆଙ୍କ ଏକାନ୍ତ ଅନୁଗାମୀ ଡ଼ଃ ଅରୁଣ କୁମାର ପାଣି ,ବିଶ୍ବ ହିନ୍ଦୁ ପରିଷଦ ସତସଙ୍ଗ ପ୍ରମୁଖ ଡ଼ଃ ଧ୍ରୁତିଧର ଦାସ , ସୁରେଶ ଚନ୍ଦ୍ର ସ୍ବାଇଁ , ସ୍ମୁତିରଞ୍ଜନ ରାୟ ,ମନୋଜ କୁମାର ସେଠୀ, ଆଦିତ୍ୟ ରଞ୍ଜନ ରାଉତରାୟ ,ଚନ୍ଦ୍ରକାନ୍ତ ବାରିକ ,ଶ୍ରଦ୍ଧାଞ୍ଜଳୀ ମହାପାତ୍ର ,କେଶବ ପଣ୍ଡା, ଅବିନାଶ ଲେଙ୍କା ,ଅରୁଣ ବେହେରା, ଅଭୟ କୁମାର ସାହୁ ପ୍ରମୁଖ ତିର୍ତ୍ତୋଲ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ ମାଝିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More