ବାବା ଫୁଲେଶ୍ୱର ୟୁଥ୍ କ୍ଳବ୍ ଓ ଓଡ଼ଗାଁ ଆଦର୍ଶ ଥାନା ସହାୟତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

11

Get real time updates directly on you device, subscribe now.


ନୟାଗଡ(ସଂଘର୍ଷ ମିଡିଆ) : – ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ବଜାରରେ ବାବା ଫୁଲେଶ୍ୱର ୟୁଥ୍ କ୍ଳବ୍ ର ସଦସ୍ୟ ଓ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଓ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀଙ୍କ ସହାୟତା ରେ ଗାଡି ମଟର ଚାଳକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୁଚନା ମୁତାବକ ଗତ (୨୭) ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣାରେ ଏକ ଯୁବକ ଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦୁର୍ଘଟଣା ଘଟୁଛି । ଏଣୁ ବାବା ଫୁଲେଶ୍ୱର ୟୁଥ୍ କ୍ଳବ୍ ସଭାପତି ବିମଳ କୁମାର ପଟ୍ଟନାୟକ ଙ୍କ ନେତୃତ୍ୟରେ ଆଜି କ୍ଲବ ର ପଚାଶ ରୁ ଉର୍ଦ୍ଧ ସଭ୍ୟ ମାଣିକ ପାଟଣା ହାଟ ଛକ , ପଂଚାୟତ ଛକ ଓ କ୍ଲବ ଛକ ନିକଟରେ ରହି ରାସ୍ତାରେ ଗାଡ଼ି ଧରି ଯାଉଥିବା ଲୋକମାନଙ୍କୁ ହେଲେମେଣ୍ଟ ପିନ୍ଧି ଥିବା ଲୋକଙ୍କୁ ଚକଲେଟ ଦେଇଛନ୍ତି ଓ ନିୟମ ମାନୁନଥୀବା ଲୋକଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା , ତଥା ୧- ହେଲେମେଣ୍ଟ ବ୍ୟବହାର କରନ୍ତୁ। ୨- ଗାଡ଼ି ଚଲାଇବା ବେଳେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ। ୩- ମଦ୍ୟପାନ କରି ଗାଡ଼ି ଚାଲନ୍ତୁ ନାହିଁ। ୪- ସିଟ୍ ବେଲ୍ଟ ପିନ୍ଧନ୍ତୁ । ୫- ଓଭୋର ଲୋଡ୍ କରନ୍ତୁ ନାହିଁ। ୬ – ଟ୍ରାଫିକ ନିୟମ ମାନନ୍ତୁ। ଏହିଭଳି ନିୟମ ବୁଝାଇଥିଲେ । ଏଥିରେ ବାବା ଫୁଲେଶ୍ୱର ୟୁଥ୍ କ୍ଳବ୍ ସଭାପତି ବିମଳ କୁମାର ପଟ୍ଟନାୟକ, ସେକ୍ରେଟାରୀ ଜଗବନ୍ଧୁ ସାହୁ ତ୍ରିନାଥ ସ୍ୱାଇଁ ମୁରଲୀଧର ଯେନା ଓ ଓଡ଼ଗାଁ ଆଦର୍ଶ ଥାନା ସବ ଇନ୍ସପେକ୍ଟର ଚକ୍ରଧର ସିଙ୍ଗ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ଭିମଶେନ ମଲିକ ଉପସ୍ଥିତ ରହିଥିଲେ। ନୟାଗଡ଼ ନୂଆଗାଁରୁ ରବିନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More