ବାବା ଜଳେଶ୍ଵରଙ୍କ ପୀଠସ୍ଥଳୀ ଉଡା ପର୍ବରେ ଶତାଧିକ ଭକ୍ତଙ୍କ ସମାଗମ,ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ବିଜାତଳ ବ୍ଲକ ରାଇହରି ପଞ୍ଚାୟତ ଅନ୍ତର୍ଗତ ଏକଡାଳି ଗ୍ରାମର ଆରାଧ୍ଯ ଦେବତା ବାବା ଜଳେଶ୍ବର) ୨୦୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ପୂଜା ହେଉ ଆସୁଥିବା ବାବା ଜଳେଶ୍ଵର ପୀଠରେ ଐତିହାସିକ ଉଡାପର୍ବ ମହାସମାରୋହରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମୀନା ସୋରେନ୍ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଇହରି ପଞ୍ଚାୟତ ସମିତି ସଭ୍ୟ ଆଶିଷ ବେହେରା, ସରପଞ୍ଚ ରାମଚନ୍ଦ୍ର ବେଶ୍ରା ଉପସ୍ଥିତି ଥିଲେ।ଚୈତ୍ର ମାସ ଶୁକ୍ଳପକ୍ଷ ମହାବିଷୁବ ସଂକ୍ରାନ୍ତି ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳ ଏକଡାଳି ଗ୍ରାମର ପ୍ରସିଦ୍ଧ ଉଡାପର୍ବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପର୍ବ ଏପ୍ରିଲ ୧୭ ତାରିଖରେ ଉଦଯାପିତ ହୋଇଛି। ଏହି ପର୍ବର ରୀତିନୀତି ଅନୁସାରେ ଆଜି ସକାଳୁ ଘଟ ଅଣାଯାଇଥିଲା, ତାପରେ ଗାଁ ର ମାଝୀ ବାବା ନିତ୍ୟାନନ୍ଦ ମାର୍ଣ୍ଡି ବାବାଙ୍କ ପାଖରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ବ୍ରତୀ ବସ୍ତ୍ର ପରିଧାନ କରିଥିଲେ । ଶଙ୍ଖ , ହୁଳହୁଳି,ଘଣ୍ଟ,ଢୋଲ,ବାଜାରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା । ସେଠାରେ ଢୋଲ,ମାଦଳ,ବାଜାରେ ଆକର୍ଷଣୀୟ ନୃତ୍ୟ କରିଥିଲେ ।ରାସ୍ତା ଉଭୟ ପାର୍ଶ୍ଵରେ ଶହ ଶହ ଶ୍ରଦ୍ଧାଳୁ ଶଙ୍ଖ ହୁଳହୁଳି ରେ ପୂଜା ସ୍ଥଳୀ ପ୍ରକମ୍ପିତ ହୋଇ ଉଠୁଥିଲା।।ବିଶ୍ବାସ ଅଛି ଯେଉଁମାନେ ଦେଖନ୍ତି ତାଙ୍କ ମନବାଞ୍ଛା ପୂରଣ ହୋଇଥାଏ ।ପରେ ମନ୍ଦିର ବେଢ଼ା ପରିକ୍ରମା କରି ପାଟଭକ୍ତାମାନେ ବାବାଙ୍କ ଦର୍ଶନ କରି ମନ୍ଦିର ସମ୍ମୁଖ ପଡ଼ିଆରେ ଶୁଭ ଉଡାଖୁଣ୍ଟିରେ ଉଠାଇଥାନ୍ତି ,ଯାହାକୁ ଭକ୍ତବୃନ୍ଦ ଚାତକ ଭଳି ଅନେଇ ଥାଆନ୍ତି ।ଉଡିଲାବେଳେ ପୁଷ୍ପ ଓ ଲଡୁ ଭକ୍ତମାନଙ୍କ ଉପରକୁ ଫୋପାଡି ଥାଆନ୍ତି । ଯେଉଁ ମାନେ ତାହା ପାଇଥାନ୍ତି ସେଥିରେ ଘରକୁ ନେଇ ଘରେ ରଖନ୍ତି ।ଘରେ ରଖିଲେ ଧନ, ସମ୍ପତ୍ତି, ସ୍ବାସ୍ଥ୍ୟ ଭଲ ରହେ ବୋଲି ବିଶ୍ବାସ ଅଛି । ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ଦହି,ସୋର୍ବତ,ବେଲପଣା,ପାନୀୟ ଜଳ, ଲେମ୍ବୁପାଣି,ବୁଟ ବଣ୍ଟନ କରାଯାଇଥିଲା।ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ଉପରେ କଡା ନଜର‌ ରଖାଯାଇଥିଲା।ଶାନ୍ତି ଶୃଙ୍ଖଳା ସହ ଉଡାଯାତ୍ରା ସଂପନ୍ନ ହୋଇଥିବାରୁ ଏବଂ ସମସ୍ତ ଜନସାଧାରଣ ଓ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ଉଡାଯାତ୍ରା କମିଟିର ସଭାପତି ଭାଦୁ ମାର୍ଣ୍ଡି, ଉପସଭାପତି ଭରତ ଚନ୍ଦ୍ର ମୁର୍ମୁ, ସମ୍ପାଦକ ଲକ୍ଷ୍ମଣ ମାର୍ଣ୍ଡି ସହସମ୍ପାଦକ ତ୍ରିଲୋଚନ ସେଠୀ, ସମେତ କ୍ଲବର ସମସ୍ତ ସଦସ୍ୟ ପ୍ରମୁଖ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More