ବାପ ପୁଅ ଚୋରି କରି ଗିରଫ

15

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଚୋରୀକରି ବାପ ପୁଅ ଗିରଫ । ବାପା ପୁଅ ଚୋରୀ କରି ମାହାଙ୍ଗା ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ। ମାହାଙ୍ଗା ଥାନା ନଡ଼ିଆସାହସପୁର ଗ୍ରାମର ଅମୂଲ୍ୟ ବେହେରାଙ୍କ ଘରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଗ୍ରାମର ନଟବର ବେହେରା ଓ ତାଙ୍କ ପୁଅ ଚନ୍ଦନ ବେହେରା ପସି ଦୁଇଟି ମୋବାଇଲ ଏବଂ ୪୦ହଜାର ଟଙ୍କା ଚୋରୀ କରି ନେଉଥିବା ବେଳେ ପରିବାର ଲୋକେ ଦେଖି ପ୍ରତିବାଦ କରିବାରୁ ମାରଣାସ୍ତ୍ର ଦେଖାଇ ତାଙ୍କୁ ଭୟଭୀତ କରି ଚାଲି ଯାଇଥିଲେ। ମାହାଙ୍ଗା ଥାନାରେ ଅଭିଯୋଗ ପରେ ବାପ ପୁଅ ଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଦୁଇଟି ମୋବାଇଲ ଏବଂ୪୦ହଜାର ଟଙ୍କା ଜବତ କରାଯାଇ ଥାନା case ନମ୍ବର 223/22ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଚନ୍ଦନ ନାମରେ ବାଲିଚନ୍ଦ୍ରପୁର, ଧର୍ମଶାଳା, ମାହାଙ୍ଗା ଆଦି ଥାନାରେ ଏକାଧିକ ଚୋରୀ ମାମଲା ଥିବାର ମାହାଙ୍ଗା ପୋଲିସ ସୂଚନା ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More