ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାରେ ଆଜି ଦେଖିବାକୁ ମିଳିଥିଲା ଏକ ଅଜବ ଦୃଶ୍ୟ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଝିଅ ଶ୍ମଶାନରେ ମୁଖଗ୍ନୀ ଦେଇଛନ୍ତି । ବଡ଼ ସହରରେ ଏହା ଏକ ସାଧାରଣ ଦୃଶ୍ୟ ହେଲେ ମଧ୍ୟ ନବରଙ୍ଗପୁର ଜିଲ୍ଲାରେ କିଞ୍ଚିତ ଏହି ପରି ଦୃଶ୍ୟ ଦେଖିବାକୁ ମିଳେ । ସମାଜର ପ୍ରତ୍ୟାଖନ ଭୟରେ କେହି ଝିଅ ସାହସ କରି ପାରନ୍ତି ନାହିଁ ଶ୍ମଶାନରେ ଯାଇ ନିଜ ବାପାଙ୍କୁ ମୁଖାଗ୍ନି ଦେବା ସକାଶେ, ଘରେ କେହି ଭାଇ ନଥିବା ଯୋଗୁଁ ରେଶମା ନିଜ ବାପା କଟେଶ୍ୱରଙ୍କ ମୂତ୍ୟୁ ପରେ ମୂଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ରେଶମା । ଅନ୍ୟ ପକ୍ଷରେ ସମାଜ ତଥା ନବରଙ୍ଗପୁର ବାସିନ୍ଦା ମଧ୍ୟ ଏହାକୁ ଅନ୍ୟ ମାନଙ୍କ ସକାଶେ ଏକ ପ୍ରେରଣା ବୋଲି କହିଛନ୍ତି। ସମାଜରେ ଅନେକ କୁସଂସ୍କାର ରହିଥିଲା ମନୁଷ୍ୟ ଯେତେ ସଭ୍ୟ ଓ ଶିକ୍ଷିତ ହେଲା କୁସଂସ୍କାର ଠାରୁ ଦୂରେଇ ନେଲା ସତୀଦାହ, ଝିଅଙ୍କୁ ଶିକ୍ଷା ଠାରୁ ଦୂରରେ ରଖିବା ଇତ୍ୟାଦି ପ୍ରଥା ଲୋପ ପାଇ ଗଲାଣି । ବାପାଙ୍କୁ ଶ୍ମଶାନରେ ମୁଖାଗ୍ନୀ ଦେବା ପୁଅ ମାନଙ୍କ ଏକ ଚାଟିଆ ଅଧିକାର ରହି ଆସିଥିଲା । କିଛି ବଡ଼ ସହରରେ ଝିଅ ମାନେ ମୂଖାଗ୍ନୀ ଦେବା ଦେଖା ଦେଉଛି କିନ୍ତୁ ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାରେ ଏହି ଦୃଶ୍ୟ ଦେଖିବାକୁ ମିଳି ନଥାଏ lତେଣୁ ସହରବାସୀ କଟେଶ୍ୱରଙ୍କ ଦୁଇ ଝିଅଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। କଟେଶ୍ଵର୍ ଜଣେ ସମାଜ ସଂସ୍କାରକ ଥିଲେ ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ସକାଶେ ନିଜ ଜୀବନରେ ଆନେକ କାର୍ଯ୍ୟ କରିଛନ୍ତି ତେଣୁ ମୃତ୍ୟୁ ପରେ ତାଙ୍କ ଝିଅ ମାନଙ୍କ ଏହା ବାପାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସହର ବାସୀ ପ୍ରକାଶ କରିଛନ୍ତି।ବାପା ଯେ ହେତୁ ଜଣେ ସମାଜ୍ ସଂସ୍କାରକ ଥିଲେ ପୁଅ ଝିଅ ମଧ୍ୟରେ ଅନ୍ତର ଦେଖୁ ନଥିଲେ ନିଜ ଦୁଇ ଝିଅଙ୍କୁ ପୁଅ ଭଳି ସ୍ନେହ ଆଦର ସହ ପାଳୁଥିଲେ । ପୁଅର ଅଭାବ ସେ କେବେ ଅନୁଭବ କରୁ ନଥିଲେ । ଜୀବିତ ଥିବା ସମୟରେ ନିଜ ପରିବାର, ସାଙ୍ଗ ସାଥି ଓ ଝିଅଙ୍କୁ ମଧ୍ୟ କହିଥିଲେ ମୁତ୍ୟୁ ପରେ ଝିଅ ହି ମୁଖାଗ୍ନି ଦେବ । ଯାହା ଝିଅ ବାପାଙ୍କ ଇଚ୍ଛାକୁ ପୂରଣ କରିବା ସହ ସମାଜକୁ ସଂସ୍କାରର ବାର୍ତ୍ତା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l