ବାତ୍ୟା ଫନିକୁ ଦେଢ ବର୍ଷ ବିତି ଯାଇଥିଲ ମଧ୍ୟ ଏ ଯାଏ ମିଳିନି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା

11

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି (ସଂଘର୍ଷ ନ୍ୟୁଜ୍) : ସରକାର ନିରିହ ଗରିବ ଲୋକ ମାନଙ୍କ ପାଇଁ, ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସାତ ସପନ । ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ନିଶ୍ଚିନ୍ତକୋଇଲି ବ୍ଲକ୍ ସାରପଡା ପଞ୍ଚାଯତର ୧୩ ନମ୍ବର ୱାର୍ଡରେ । ସୂଚନାରୁ ପ୍ରକାଶ ଯେ , ନିଶ୍ଚିନ୍ତକୋଇଲି ବ୍ଲକ୍ ସରପଡା ପଞ୍ଚାଯତର ୧୩ ନମ୍ବର ୱାର୍ଡରେ ସରିତା ସେଠୀ ଓ ତାଙ୍କ ସ୍ଵାମି ହୁସିକେଷ ସେଠୀ ଏକ ଚାଳ ଛପର ଘରେ ବସ ବାସ କରନ୍ତି । ହେଲେ, ବାତ୍ୟା ଫନିରେ ସରିତାଙ୍କ ୩ ବଖରା କଚା ଘର ସମ୍ପୁର୍ଣ ଭାବରେ ଭାଙ୍ଗି ନଷ୍ଚ ହୋଇ ଯାଇଥଲା । ସରକାରଙ୍କ ତରଫରୁ, ଘର ଭଙ୍ଗା ବାବଦକୁ ୯୫ ହଜାର, ଟଙ୍କା ପାଇଥିଲେ, ଏତେ କମ ଟଙ୍କାରେ ଏହି ଘରକୁ ତିଆର କରବା ତାଙ୍କ ପାଇଁ ଅସମ୍ଭବ ହୋଇ ପଡିଛି । ୩ ବଖରା ଘର ସମ୍ପର୍ଣ ନଷ୍ଟ ହୋଇ ହୋଇଥିବାରୁ ପ୍ରସାଶନଙ୍କ ପକ୍ଷରୁ ତୁରନ୍ତ ଏକ ଇନ୍ଦିରା ଆବାସ ଯୋଗାଇ ଦେବାକୁ ପ୍ରତିସୃତୀ ଦେଇଥିଲେ ସ୍ଥାନୀୟ ନେତା । ହେଲେ, ବାତ୍ୟା ଫନିକୁ,ଦେଢ ବର୍ଷ ବିତି ଯାଇଥିଲ ମଧ୍ୟ କୌଣସି ସୁଫଳ ଏ ଯାଏ ମିଳିପାରିନି । ଏ ବାବଦରେ ସ୍ଥାନିୟ ସରପଞ୍ଚଙ୍କ ସ୍ଵାମିଙ୍କୁ ଫୋନ୍ରେ ପଚାରିବାରୁ ସେ କଣ କହିଥିଲେ। ରାଜ୍ୟ ସରକାରଙ୍କ ଇନ୍ଦିରା ଆବାସ,ବା ବିଜୁ ପକାଘର ଆଦି ଯୋଜନା କରିଛନ୍ତି । ହେଲେ ଏହି ଯୋଜନରୁ ପ୍ରକୃତ ଯୋଗ୍ୟ ହିତାଧିକାରି ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସରିତା ସେଠୀ । ଏଠି ପ୍ରଶ୍ନ ଉଠୁଛି ସରିତାଙ୍କୁ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ କରିବାରେ କାହାର ହାତ ଅଛି ? ଏଠି ପ୍ରଶ୍ନ ଉଠୁଛି କିଏ ସତ କହୁଛି ? ସରପଞ୍ଚଙ୍କ ସ୍ଵାମୀ ନା ସରିତା ? ନିଶ୍ଚିନ୍ତ କୋଇଲିରୁ ସୌମ୍ୟରଂଞ୍ଜନ ଓଝା, ଡେରାବିଶରୁ କ୍ୟାମେରା ମ୍ୟାନ୍ ପ୍ରକାଶ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।


Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More