ବାତ୍ୟା ଡ଼ର: ଶ୍ରମିକ ସ୍ପେସାଲ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ

19

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆସୁଛି ସାମୁଦ୍ରିକ ବାତ୍ୟା ଅମ୍ଫାନ । ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବିଶେଷକରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ପରି ଉପକୂଳବର୍ତୀ ଜିଲାରେ ବର୍ଷା ଓ ପବନ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୮ ତାରିଖ ପରଠାରୁ ୩ ଦିନ ଶ୍ରମିକ ସ୍ପେସାଲ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛି ରାଜ୍ୟ । ରାଜ୍ୟ ମୁଖ୍ୟ ସଚିବ ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଅନୁରୋଧ କରିଛନ୍ତି । ପ୍ରଶାସନ ବାତ୍ୟା ମୁକାବିଲାରେ ନିୟୋଜିତ ରହିବାକୁ ଥିବାରୁ ଏ ଜିଲ୍ଲାଗୁଡ଼ିକୁ ଶ୍ରମିକ ସ୍ପେଶାଲ ବାତିଲ କରିବାକୁ ଆମେ ଅନୁରୋଧ କରିଛୁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More