ନୂଆଦିଲ୍ଲୀ(ଏଜେନ୍ସି) : ନିର୍ବାଚନ କମିଶନ ଆଜି ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ସେହି ଘୋଷଣା ଅନୁଯାୟୀ, ଓଡ଼ିଶାରେ ଲୋକସଭା ଲାଗି ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୨୧ଟି ସଂସଦୀୟ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ରେ ୪ଟି, ମେ’ ୨୦ରେ ୫ଟି, ମେ’ ୨୫ରେ ୬ଟି ଓ ଜୁନ୍ ୧ରେ ୬ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଜୁନ ୪ରେ ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।ମେ’ ୧୩: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
ମେ’ ୨୦: ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା
ମେ’ ୨୫: ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର
ଜୁନ୍ ୧: ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର
Get real time updates directly on you device, subscribe now.