ବାଜାଜ ଫାଇନାନ୍ସ କାର୍ଡ ନାଁରେ ଠକେଇ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ବାଜାଜ ଫାଇନାନ୍ସ କାର୍ଡ ନାଁରେ ଠକେଇ। ୫୬ ଜଣ ଗ୍ରାହକଙ୍କଠାରୁ ମୋଟ୍ ୧୨ ଲକ୍ଷ ଟଙ୍କାର ଠକେଇ ପର୍ଦାଫାସ। ବାଜାଜ ଫାଇନାନ୍ସ କାର୍ଡ କରାଇ ଆକ୍ବାଗାର୍ଡ ଓ ଏସି ଭଳି ସାମଗ୍ରୀ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଘଟଣାର ପର୍ଦାଫାସ କରିଛି କଟକ ମଧୁପାଟଣା ଥାନା ପୋଲିସ। ଜଗତସିଂହପୁର ଏରସମା ଅଞ୍ଚଳର ପ୍ରବୀର ବାରିକଙ୍କ ଅଭିଯୋଗ ଅନୁଯାୟୀ ସେହି ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ରଶ୍ମି ରଂଜନ ଚୌଧୁରୀ ନାମକ ଜଣେ ବ୍ଯକ୍ତି ତାଙ୍କୁ ବାଜାଜ୍ ଫାଇନାନ୍ସ କାର୍ଡ କରାଇ ବିଭିନ୍ନ ଇଲେକ୍ଟ୍ରୋନିକ ସାମଗ୍ରୀ ଦେବାକୁ କହି ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଏବଂ ପ୍ୟାନକାର୍ଡ ନେଇଥିଲା। କିନ୍ତୁ ତାଙ୍କୁ କାର୍ଡ କିମ୍ବା କୌଣସି ସାମଗ୍ରୀ ନଦେଇ ତାଙ୍କ ଅଜାଣତରେ ଡକ୍ୟୁମେଣ୍ଟକୁ ଜାଲିଆତି କରି କଟକ ବାଜାଜ୍ ଫାଇନାନ୍ସରୁ ୪୩ ହଜାର ଏବଂ ୫୬ ହଜାର ଟଙ୍କାର ୨ଟି ଲୋନ୍ ଉଠେଇଥିବା ଜଣାପଡିଛି। ବଡ କଥା ହେଉଛି ଏହି କାରବାରରେ ବାଜାଜ୍ ଫାଇନାନ୍ସର ବିନୋଦ କୁମାର ସାହୁ ନାମକ ଜଣେ କର୍ମଚାରୀ ସଂପ୍ରୁକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣାରେ କଟକର ୨ଟି ବ୍ୟବସାୟିକ ପ୍ରତିଷ୍ଠାନର ୨ ଜଣ ବ୍ୟକ୍ତି ବାଜାଜ୍ ଫାଇନାନ୍ସ କାର୍ଡ କରାଇଦେବାକୁ କହି ଏହିଭଳି ୫୬ ଜଣ ଲୋକଙ୍କଠାରୁ ଆଧାର କାର୍ଡ, ପାସବୁକ ଏବଂ ପ୍ୟାନକାର୍ଡ ସଂଗ୍ରହ କରି ତାଙ୍କ ନାଁରେ ଲୋନ୍ ଉଠାଇ ଠକେଇ କରିଥିବା ଜଣାପଡିଛି। ଥାନାରେ ଅଭିଯୋଗ ପରେ ମଧୁପାଟଣା ପୋଲିସ ବିନୋଦ ସାହୁଙ୍କ ସହ ମୋଟ୍ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କିନ୍ତୁ ଏହି ଘଟଣାର ମୁଖ୍ଯ ଅଭିଯୁକ୍ତ ରଶ୍ମି ରଂଜନ ଚୌଧୁରୀ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ତେବେ ପୋଲିସ ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସହ ରଶ୍ମି ରଂଜନ ଚୌଧୁରୀକୁ ଧରିବାକୁ ଉଦ୍ୟମ କରୁଥିବା ଅତିରିକ୍ତ ଡିସିପି କହିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More