ବାଙ୍ଗିରିପୋଷି ଘାଟିରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦମ୍ପତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ବର୍ତମାନ ସାରା ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟରେ ବାଙ୍ଗିରିପୋଷି ଘାଟିର ଚର୍ଚ୍ଚା ଜୋର ଧରିଛି। ସବୁବେଳେ ଏହି ଘାଟିକୁ ନେଇ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚା ଚାଲିରହିଥାଏ। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା ଏହି ଘାଟିରେ ଗତ ୨୮/୦୯/୨୦୨୩ ତାରିଖରେ ବିଶୋଇ ଥାନା ଅନ୍ତର୍ଗତ ବ୍ଲକ ସାହିରେ। ରବିନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସ ଏକ ମୋଟରସାଇକେଲ ଯୋଗେ କୌଣସି ଏକ ଘରୋଇ କାର୍ଯ୍ୟରେ ଯାଉଥିବା ସମୟରେ ବାଙ୍ଗିରିପୋଷି ଘାଟିରେ ସଡ଼କ ଦୁର୍ଘଟଣାରେ ଦମ୍ପତି ଦୋୟ ପ୍ରାଣ ହରାଇଥିଲେ। ଏହି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା ପରେ ତୁରନ୍ତ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଥିଲେ। ଆଜି ମୃତ ରବିନାରାୟଣ ଦାସ ଏବଂ ରେବତୀ ଦାସଙ୍କ ଝିଅକୁ ଓଡ଼ିଶାର ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ରାଜ୍ୟସଭା ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷା ମମତା ମହାନ୍ତ ୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ତା ସହିତ ରେଡ଼କ୍ରସ୍ ପାଣ୍ଠି ତରଫରୁ ୨୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ତା ସହିତ ଅସହାୟ ପରିବାରକୁ ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା, ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି, ପୁର୍ବତନ ସାରସକଣା ବିଧାୟକ ଭାଦବ ହାଁସଦା ସହିତ ବହୁ ସଦସ୍ୟ ଯୋଗ ଦେଇ ଦୁଃଖ ସନ୍ତପ୍ତ ପରିବାରକୁ ଆସ୍ବାସନା ଜଣାଇବା ସହିତ ଆଗକୁ ଦୁଃଖ ସୁଖରେ ସୋହଯୋଗ କରିବା ସହିତ ସରକାରୀ ସହାୟତା ଯୋଗାଇଦେବେ ବୋଲି କହିଥିଲେ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।