ବାଉରୀ ବନ୍ଧୁ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

14

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ବୋରିକିନା ନିକଟସ୍ଥ ବଡ଼କୂଳ ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଗ୍ରାମ୍ୟ ମୂରବୀ ବାଉରୀ ବନ୍ଧୁ ପରିଡାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ନିଜ ଗ୍ରାମରେ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରୁ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ବାଉରୀ ବନ୍ଧୁ ପରିଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ଆଡଭୋକେଟ୍ ବୀର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଜିର ସମାଜରେ ଅନ୍ୟର ଉପକାର ଓ ସାଧାରଣ ଅଭାବୀ ମଣିଷର ଆଖିରୁ ଲୁହ ପୋଛିବା ପାଇଁ ସ୍ୱର୍ଗତ ବାଉରୀ ବନ୍ଧୁ ପରିଡା ଙ୍କର ଅହରହ ଉଦ୍ୟମ ଆଜିର ସମାଜକୁ ଅନୁପ୍ରାଣିତ କରୁ ବୋଲି ଶ୍ରୀ ପାତ୍ର କହିଥିଲେ । ଏଥିରେ ଓଡ଼ିଶା ସରକାରଙ୍କର ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଡ଼ଃ ଲଲାଟେନ୍ଦୁ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମହାନ୍ତି, ଓଡ଼ିଶାର ସୁନାମଧନ୍ୟ ପ୍ରବଚକ୍ ତଥା ତିହୁଡ଼ା ଗୁରୁକୃପା ଆଶ୍ରମର ପ୍ରମୁଖ ବାବା ସତ୍ୟାନନ୍ଦ ଦାସ, ସମାଜସେବୀ ମହେଶ୍ୱର ବେହେରା, ରାମଚନ୍ଦ୍ର ମହାନ୍ତି, ଡ଼ଃ ବିଷ୍ଣୁ ଚରଣ ସ୍ବାଇଁ, ଇଁ. ରମେଶ ଚନ୍ଦ୍ର ସ୍ବାଇଁ, ପ୍ରଫେସର ଡାକ୍ତର ସୁରେଶ ଚନ୍ଦ୍ର ସ୍ବାଇଁ, ବଂଶୀଧର ଶତପଥୀ, ପୂର୍ବତନ ସରପଂଚ ଭ୍ରମର ବର ସାହୁ, ସାଧୁ ଚରଣ ସାହୁ, ସମୀର କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବାଉରୀ ବନ୍ଧୁ ପରିଡାଙ୍କ ତ୍ୟାଗ ପୂତ ଜୀବନୀ ଓ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ରେ ତାଙ୍କ ପ୍ରମୁଖ ଭୂମିକା କୁ ସ୍ମରଣ କରି ଶ୍ରାଦ୍ଧ ସୁମନ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଡ଼ଃ ସରୋଜ କୁମାର ପରିଡ଼ା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ସୁପ୍ରଭା ସେନାପତି, ସ୍ୱାଭିମାନ ପାତ୍ର, ଆଦର୍ଶ ଦାସ, ଲିପ୍ସା ଦାସ ଓ ଗୀତା ପ୍ରବଚକ ପଣ୍ଡିତ ହୃଷୀକେଶ ସାହୁଙ୍କୁ ସ୍ମୃତି କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନିରଞ୍ଜନ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More