ବାଇକ ଦୁର୍ଘଟଣା ୨ ଗୁରୁତରଙ୍କୁ ମହାନତା ଦେଖାଇଲେ ସାମ୍ବାଦିକ ଓ ସମାଜସେବୀ

11

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ଆଜି ଅପରାହ୍ନ ସମୟରେ ସମାଜସେବୀ ରାଜକିଶୋର ରାଓ ଏବଂ ସ୍ଥାନୀୟ ସାମ୍ବାଦିକ ଶ୍ରୀନିବାସ ରାଓ ସୋରିଷପଦରରୁ ପାପଡାହାଣ୍ଡି ଫେରୁଥିବା ସମୟରେ ତଣ୍ଡlଗୁଡା ଏବଂ ପାପଡାହାଣ୍ଡି ଯିବା ରାସ୍ତାରେ ଏକ ବାଇକ ଦୁର୍ଘଟଣା ହୋଇ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ |ଏହା ଦେଖି ରାଜକିଶୋର ରାଓ ଓ ଶ୍ରୀନିବାସ ରାଓ ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ, ଆମ୍ବୁଲାନ୍ସ ବିଳମ୍ବ ହେବା ଦ୍ବାରା ଅଗ୍ନିଶ୍ରମ ବିଭାଗକୁ ୧୨୨ ନଂ ଯୋଗାଯୋଗ କରି ଥିଲେ, ଏବଂ ପାପଡାହାଣ୍ଡି ଥାନାକୁ ମଧ୍ୟ ଜଣାଇଥିଲେ | ଖବର ପାଇ ପାପଡାହାଣ୍ଡି ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ | ଘଟଣାରୁ ପ୍ରକାଶ ଗତକାଲି ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଅଧିନସ୍ଥ ପ୍ରଧାନୀଗୁଡା ଠାରେ ବାଲି ଯାତ୍ରା ଦେଖିବାକୁ ଆସିଥିବା, ଏମାନେ ହେଲେ ନବରଙ୍ଗପୁର ବ୍ଲକ ଚଟାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମର ଧରଣୀଧର ଗୌଡ଼ ଓ ନବୀନ ଗୌଡ଼ ନିଜ ଗ୍ରାମକୁ ଏକ ବାଇକ ନମ୍ବର ସି ଜି ୧୭ ଇ ୫୧୭୭ ରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ପଡିଯାଇଥିଲେ | ଧରଣୀଧର ଙ୍କ ଡାହାଣ ଗୋଡ଼ ଭାଙ୍ଗି ଥିବା ସହ ମୁଣ୍ଡରେ ବହୁ ଆଘାତ ବାଜିଛି | ଡକ୍ଟର ଚିକିତ୍ସା ଉପଚାର କରି ଧରଣୀଧରଙ୍କୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ସାମ୍ବାଦିକ ଓ ସମାଜସେବୀଙ୍କର ଏପରି ମହାନୀୟତାକୁ ସବୁରି ମୁହଁରେ ପ୍ରସଂଶାର ସୁଅ ଛୁଟିଛି l ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More