ବାଇକ ଦୁର୍ଘଟଣାରେ ଦୁଇ ଆହତ

52

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ବୋରିଗାଁଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୋଦମା ଗ୍ରାମର କୁମାର ଗୌଡ (23) ଇଶ୍ଵର ଭତ୍ରା (45)ଙ୍କ ସହ ମଇଦଲପୁର ପାଖ ପିତାରି- ଗୁଡା ତାଙ୍କ ଶଶୁରଙ୍କ ଭଉଣୀ ଚନ୍ଦ୍ରା ଗୌଡଙ୍କ ଘରକୁ ଅପରାହ୍ନ ରେ ଯାଇଥିଲେ l ସେଠାରୁ ବଡ଼ି ପାରିବା ପାଇଁ ପାଣି କଖାରୁ ଆଣି ନିଜ ଘରକୁ ଫେରୁଥିଲେ ।ଫେରିବା ବାଟରେ ମାନିଗାଁ ଗ୍ରାମ ରୁ କିଛି ଦୂର ଅତିକ୍ରମ କରି ଆସୁଥିବା ବେଳେ ରାସ୍ତା କାର୍ଯ୍ୟ ହେଉଥିବା କଲଭର୍ଟ କାମ ପୂର୍ବରୁ ରାସ୍ତା ଉପରେ ମାଟି ନ ପକାଇ ରାସ୍ତା ଅବରୋଧ ନ କରି ଟେକ୍ ଡାଇଭର୍ସସନ ଲେଖି ଦେଇ ଥିବାରୁ ଏଇ ଦୁର୍ଘଟଣା ର ଶିକାର ହୋଇଥିଲେ lଠିକାଦାର ଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ବାଟୋଇ ଦୁର୍ଘଟଣା ର ଶିକାର ହୋଇଥିଲେ l ଉକ୍ତ କାର୍ଯ୍ୟ କଲଭର୍ଟ ଅନ୍ୟୁନ ବାର ଫୁଟ ଖୋଳା ଯାଇ ମଝିରେ ରଡ୍ ବନ୍ଧା କାମ ହୋଇଥିବା ବେଳେ ଡାଇଭର୍ସନ ଦୁଇ ପାର୍ଶ୍ଵରେ ମାଟି ନ ପକାଇ କାର୍ଯ୍ୟ କିପରି ଚାଲିଛି, ତାହା ଏଥିରୁ ଅନୁମେୟ ହେଉଛି l ଯନ୍ତ୍ରୀ କିପରି କାର୍ଯ୍ୟ ତଦାରଖ କରୁଛନ୍ତି, ଏହା ସ୍ପଷ୍ଟ ସୂଚେଇ ଦେଉଛି l ଦୁର୍ଘଟଣା ଏକ ସର୍କସ ହେଲା ଭଳି ହୋଇଥିଲା, ଯାହାକି ବାଇକଟି କଲଭର୍ଟ ର ବାର ଫୁଟ ଡେଇଁ ଅନ୍ୟ ପଟକୁ ଯାଇ ନ ପାରି ରଡ୍ ଅପର ପାର୍ଶ୍ବରେ ଗଳି ପଡି ଖାଲରେ ପଡି ଦୁର୍ଘଟଣା ର ଶିକାର ହୋଇଥିଲେ lତାଙ୍କ ନିଜ ହିରୋ ସୁପର ସ୍ପ୍ଲେଣ୍ଡର ବାଇକ ନମ୍ବର ଓ ଡି ୧୦ଏଲ ୫୫୪୬ ବୋଲି ଦୁର୍ଘଟଣା ସ୍ଥାନରୁ ଫଟୋ ମାଧ୍ୟମରେଜଣା ପଡିଛି ସେମାନଙ୍କ ଭାଗ୍ୟ ଭଲ ଥିବାରୁ ବାଇକ ଚଳାଉଥିବା କୁମାର ଖାଲରେ ପଡି ଦୁର୍ଘଟଣା ଘଟିଥିବା କଥା ତାଙ୍କ ଘରକୁ ଖବର ଦେଇଥିଲା ବୋଲି ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲା l ଉକ୍ତ ଦୁର୍ଘଟଣା ଖବର ପାଇ ମାନିଗାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବେଲାଲସେନ ରାଉତ ତାଙ୍କ ସହଯୋଗୀ ମାନଙ୍କ ସହ ପହଁଚି ୧୦୮ ଗାଡ଼ି ଡକାଇ ଆହତ ଦୁଇ ଜଣଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଡାଃ ଅଂଶୁମାନ ଦାସ ଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇ ଥିବା ବେଳେ ପୋଲିସ ଉପ ସହ ନିରୀକ୍ଷକ ଚନ୍ଦ୍ର ଶେଖର ହଜାରୀ ଆସି ତଦନ୍ତ ଜାରୀ ରଖିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More