ବାଇକ୍ ଧକ୍କାରେ ଛାତ୍ରୀ ମୃତ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଚକ୍ରତୀର୍ଥ ରୋଡରେ ବୁଧବାର ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ସ୍କୁଟିରେ ବସିଥିବା ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ଦାଶରଥି ଶତପଥୀଙ୍କ ଝିଅ ନିହାରିକା ଶତପଥୀ(୧୯) । ନିହାରିକା ପୁରୀ ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି ।
ସେହିପରି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ରେଳୱେ କଲୋନୀର ଶୁଭଲକ୍ଷ୍ମୀ ନାୟକ । ଶୁଭଲକ୍ଷ୍ମୀ ଏସ୍‌ସିଏସ୍ କଲେଜର ଯୁକ୍ତିତିନି ବିଜ୍ଞାନ ବିଭାଗର ଛାତ୍ରୀ । ଶୁଭଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ଟ୍ରାଫିକ ଥାନା ପୁଲିସ ଏକ ମାମଲା ରୁଜୁ କରି ବାଇକ୍ ଚାଳକ ସଞ୍ଜିପ କୁମାର ପ୍ରଧାନ(୨୩)ଙ୍କୁ ଗିରଫ କରିଛି । ଏହାସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ସ୍କୁଟିକୁ ଜବତ କରାଯାଇଛି। ବାଇକ୍ ଚାଳକ ସଞ୍ଜିପ ପ୍ରଧାନ ଭିଆଇପି ରୋଡ୍‌ରେ ଥିବା ହୁଣ୍ଡା ଶୋ’ରୁମ୍‌ରେ କାମ କରନ୍ତି । ବୁଧବାର ଏକ ବାଇକ୍ ଧରି ଚକ୍ରତୀର୍ଥ ରୋଡ୍ ଅଭିମୁଖେ ଯାଇଥିଲେ । ଏତିକିବେଳେ ନିହାରିକା ଓ ଶୁଭଲକ୍ଷ୍ମୀ ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ନିହାରିକା ଓ ଶୁଭଲକ୍ଷ୍ମୀ ଅଚେତ୍ ହୋଇପଡିଥିଲେ । ଏହାପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଡାକ୍ତର ନିହାରିକାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More