ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

9

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ମହକୁମା ଅଙ୍ଗୀ ନଦୀ ବ୍ରିଜ ଶେଷ ଭାଗରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ବାଲି ଓ ଚିପସ ଆଣି ଦିନ ବେଳେ କାମ ଚାଲୁ ଥିଲା l ସେ ସବୁ ସମାଗ୍ରୀ ରାସ୍ତା ଉପରେ ଛାଡ଼ି ଦେଇ ସନ୍ଧ୍ୟା ହେବାରୁ ପଳାଇ ଯାଇଥିଲେ l ବୋରିପଦର ଦେଶୀ ମଦ ଭାଟିରେ କାର୍ଯ୍ୟ କରୁଥିବା ବିହାର ରାଜ୍ୟ ଆରା ଜିଲ୍ଲାର ବାଲବାତ୍ରା ଗ୍ରାମର ରାକେଶ ଯାଦବ ( ୩୫)ସେହି ରାସ୍ତାଦେଇ କେରଣ୍ଡି ଗ୍ରାମକୁ ଯାଇଥିଲେ l ଡାବୁଗାଁ କୁ ରାତ୍ର ୮ ଘଣ୍ଟା ଫେରିବା ସମୟରେ ବ୍ରିଜ ପାର ହେବା ପରେ ଗଦା ହୋଇ ଥିବା ବାଲି ଚିପସ ଉପରେ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇଥିବାରୁ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ରାକେଶ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାରେରାକେଶଙ୍କର ମୃତ୍ୟୁ ଘଟିଥିଲା l ଏ ନେଇ ଡାବୁଗାଁ ରେ ଏକ ପ୍ରକାର ଶୋକର ଛାୟାଖେଳିଯାଇଛି l ପୂର୍ତ୍ତ ବିଭାଗର ଏପରି ଦାୟିତ୍ଵ ହୀନତା ଯୋଗୁଁ ଅକାଳ ରେ ଯୁବକ ମୃତ୍ୟୁ ବରଣ କରିଥିବା ଜନସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l ବିଳମ୍ବିତ ରାତ୍ରି ଯୋଗୁ ଆଜି ଶବ ବ୍ୟବଚ୍ଛେଦ ହେବା ପରେ ମଦ ଭାଟି କର୍ମଚାରୀଙ୍କୁ ହସ୍ତାନ୍ତର କରାଯିବ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More