କଳାହାଣ୍ଡି(ସଂଘର୍ଷ ମିଡିଆ) : –କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅନ୍ତର୍ଗତ ପାଜିବାହାଲି ଛକରେ ଗଛ ପଡ଼ି ବାଇକ୍ ଆରୋହି ଦୁର୍ଘଟଣା ଗ୍ରସ୍ତ ଦମ୍ କଳ ବାହୀନି ଦ୍ବାରା ଉଦ୍ଧାର ଜାରି। ମିଳିଥିବା ସୂଚନା ଅନୁସାରେ ଆଜି ଦିନ ୧୨ /୩୦ ସମୟରେ ଏମ୍ ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗାଁ ର କେଶବ ସାହୁ କୁମେରପଟା ସ୍କୁଲ ର ଶିକ୍ଷକ ଏମ୍ ରାମପୁରକୁ ଶିକ୍ଷକଙ୍କ ବିଭିନ୍ନ ଦାଵି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାକୁ ଆସୁଥିବା ବେଳେ ବର୍ଷା ପବନ ଯୋଗୁଁ ପାଜିବାହାଲି ଛକରେ ଥିବା ଏକ ବିରାଟ ତେନ୍ତୁଳି ଗଛ ବାଇକ୍ ଆରୋହି ଉପରେ ପଡି ଥିବା ଖବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଖବର ପାଇବା ପରେ ଏମ୍ ରାମପୁର ଦମକଳ ବାହିନୀ କୁ ଯୋଗାଯୋଗ କରି ଘଟଣା ସ୍ଥଳ ଯିବା ପାଇଁ କହିଥିଲେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ବଡ ଗଛ ହୋଇ ଥିବା ରୁ କରତ ଦ୍ବାରା କାଟିବା ସମ୍ଭବ ହେଉନଥିବାନେଇ ଜେସିବି ଦ୍ଵାରା ଉଦ୍ଧାର କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସିଂହ ଦେଓ ଙ୍କ ଉପସ୍ଥିତି ରେ ଏମ୍ ରାମପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ଜଣାପଡିଛି।