ବାଇକରୁ ଖସି ଜଣେ ଯୁବକ ମୃତ, ଜଣେ ଆହତ

11

Get real time updates directly on you device, subscribe now.

ବଣାଇଁ (ସଂଘର୍ଷ ମିଡିଆ): – ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ବାଇକରୁ ଖସି ପଡି ଜଣେ ଯୁବକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବାଇକ ଯୋଗେ ତିନି ଜଣ ଆଜି ଅପରାହ୍ନ ୨ଟା ସମୟରେ ବଣାଇଁ ପଟୁ ନିଜ ଗ୍ରାମ ଝିରଡାପାଲି ଯାଉଥିବା ବେଳେ କେନ୍ଦ୍ରିକଳା ଗ୍ରାମର ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡି ଜଣେ ଯୁବକ ମୃତ୍ୟୁ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ମୃତ୍ୟୁ ହୋଇଥିବା ଯୁବକର ନାମ ଶ୍ରୀତମ କାଲୋ (୧୯)ଘର ଝିରଡାପାଲି ଆଉ ଜଣକର ଘର ଆଡାଡିହି ଗ୍ରାମର ଯଶୋବନ୍ତ କାଲୋ ଆହତ ହୋଇଥିବା ଜଣାପଡିଛି। ଜଣେ ଯୁବକ ନାମ ମୁନା ଫତକାର ଦୁର୍ଘଟଣା ପରେ ବାଇକ ଧରି ଫେରାର ହୋଇଯାଇଥିବା ଜଣାପଡିଛି। ଖବର ପାଇ ବଣାଇଁ ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଓ ଏସଆଇ ବରୁଣ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More