ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଅମ୍ପନ ପାରାଦ୍ବୀପ ଠାରୁ ୭୩୦ କିମି. ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ଏହା ଘଣ୍ଟା ପ୍ରତି ୭କିମି. ବେଗରେ ଉତ୍ତର ଦିଗକୁ ଗତି କରୁଛି । ୨୦ ତାରିଖ ଅପରାହ୍ନ ଅବା ସଂଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗର ଦୀଘା ଏବଂ ସୁନ୍ଦରବନ ନିକଟ ବାଂଲାଦେଶର ହାତିଆ ଦ୍ବୀପରେ ସ୍ଥଳ ଭାଗ ସ୍ପର୍ଶ କରିବାର ଅନୁମାନ କରାଯାଉଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ବୁଲେଟିନ ଜାରି କରାଯାଇଛି।