ବହୁ ପ୍ରତିଭାର ଅଧିକାରିଣୀ କବୟିତ୍ରୀ ସବିତା ହୋତା

9

Get real time updates directly on you device, subscribe now.

ବୌଦ୍ଧ (ସଂଘର୍ଷ ମିଡିଆ ) : ଏକା ଧାରରେ କବୟିତ୍ରୀ, ସମାଜସେବୀକା, ନାରୀନେତ୍ରୀ ଓ ଆହୁରି ଅନେକ ପଦ ପଦବୀ ଧାରିଣୀ l ସମଲେଶ୍ୱରୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ସବିତା ହୋତା l ସବିତା ହୋତା ନାମ ହିଁ ଯଥେଷ୍ଟ l ନିଜ ପ୍ରତିଭା ପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନୀତା l ଏପରିକି ରାଜ୍ୟର ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ସେ ଜଡିତ l ତାଙ୍କର ଲେଖା ଉଚ୍ଚ କୋଟିର l ଏଥିପାଇଁ ଇତିମଧ୍ୟରେ ତାଙ୍କୁ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦର ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ରେ ସମ୍ବର୍ଦ୍ଧିତ କରାଯାଇଛି l କଟକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ତତ୍ୱାବଧାନରେ ରାଜ୍ୟ ରୁ ବିଭିନ୍ନ ଆଡୁ ପ୍ରତିଭା ମାନେ ଯୋଗ ଦେଇଥିବା ବେଳେ,ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ସମ୍ବଦ୍ଧିତ କରା ଯାଇଛି । ସେମାନଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧନକୋଡା ବ୍ଲକର ହୀରାକୁଦର ସବିତା ହୋତା ଅନ୍ୟତମ । ପିଲାଟି ଦିନରୁ ସଙ୍ଗୀତ,କବିତା,ଗଳ୍ପ ଲେଖିବାରେ ବହୁ ପୁରସ୍କାର ଅଧିକାରିଣୀ ହୋଇଅଛନ୍ତି ! ତେବେ କଳା ସାହିତ୍ୟ ପ୍ରତି ତାଙ୍କର ଅନ ବରତ ରୁଚି ରହି ଥିବାରୁ ତାଙ୍କୁ ଉକ୍ତ ସମ୍ମିଳନୀରେ ତାଙ୍କୁ ସାହିତ୍ୟ ପ୍ରତିନିଧି ୨୦୨୨ ସମ୍ମାନ ରେ ସମ୍ମାନୀତ କରା ଯାଇଛି !ତାଙ୍କର ଏଭଳି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More