ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ବିଧବା ମହିଳା ତଅପୋଇ ମହାନ୍ତ(୪୭) ଗତ ୧୦/୧୧/୨୦୨୩ ତାରିଖ ଶୁକ୍ରବାର ଦିନ ରାଇରଙ୍ଗପୁର ସାପ୍ତାହିକ ହାଟରୁ ପରିବା ପତ୍ର କିଣିବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ । ସଂନ୍ଧ୍ୟା ୬ ଟା ପାଖାପାଖି ସମୟରେ ପରିବାର ଲୋକେ ତାଙ୍କୁ ଫୋନ କରିବାରୁ ସେ ରାଇରଙ୍ଗପୁର କଲେଜ ପର୍ଯ୍ୟନ୍ତ ସଂପର୍କରେ ଥିଲେ ।ପରେ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଥିଲା ।ଘରକୁ ନ ଫେରିବାରୁ ପରିବାର ଲୋକେ ଯାମଦା ଥାନାରେ ନିଖୋଜ ନେଇ ୧୧/୧୧/୨୦୨୩ ରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗୁରୁବାର ୨୨/୧୧/୨୦୨୩ ତାରିଖ ସକାଳେ ହେଁସଡା ପଞ୍ଚାୟତର ମାଟିଆଳି ଗ୍ରାମର କିଛି ଲୋକ ଶୌଚ କରିବାକୁ ନିକଟସ୍ଥ ବୁଢ଼ାରଣା ପାହାଡ଼ ପାଦ ଦେଶରେ ଦୁର୍ଗନ୍ଧ ବାସ୍ନା ପାଇଥିଲା ।ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାମଦା ଥାନା ଓଆଇସି ମିନତୀ ନାଏକ , ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ମହିଳାଙ୍କ ରକ୍ତ ଜୁଡୁଵୁଡୁ ଶାଢ଼ୀ,ଶାୟା,ବ୍ଳାଉଜ,ଚୁଡ଼ି,ଚପଲ,ଓଢ଼ଣୀ ବିଭିନ୍ନ ସ୍ଥାନରେ ଏଠି ସେଠି ପଡ଼ିଥିଲା । । ତାଙ୍କୁ ରାସ୍ତାରୁ ଘୋଷାରି ଘୋଷାରି ଘୋଷାରି ନେଇ ଜଙ୍ଗଲ ଭିତରେ ଵିଵସ୍ତ୍ର କରି କଲବଲ କରି ମରଣାନ୍ତକ ଆକ୍ରମଣ କରି ବିଭତ୍ସ ହତ୍ୟାକାଣ୍ଡ କରାଯାଇଛି ତଅପୋଇର ମଥାକୁ ପଥରରେ ଛେଚି ହତ୍ୟା କରାଯାଇଛି। ଦୁବୃର୍ତ୍ତଙ୍କ ଚପଲ ଓ ଗାମୁଛା ମଧ୍ୟ ଏଠି ସେଠି ପଡ଼ିଛି ।ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିଲେ । ମୃତ ବିଧବା ତଅପୋଇର ପୁଅ ଲେଖା ଅନୁସାରେ ପୋଲିସ ହତ୍ୟା ମାମଲା କେଶ ନମ୍ବର ୯୪/୨୩ ରୁଜୁ କରି ତଦନ୍ତ ଚଳାଇଛି ।ଖବର ପାଇ ବୁଢ଼ାରଣା ଜଙ୍ଗଲ ଓ ରାସ୍ତା ପାର୍ଶ୍ବ ଲୋକାରଣ୍ୟ ହୋଇ ଉଠିଥିଲା ।ମୃତକ ତଅପୋଇ ମହାନ୍ତ ରାଜ୍ୟ ବିଜୁ ଛାତ୍ର ଜନତା ସାଧାରଣ ସମ୍ପାଦକ ବିକାଶ ମହାନ୍ତଙ୍କ ବଡ ଭଉଣୀ ।ସେ ତାଙ୍କ ଭଉଣୀର ହତ୍ୟାକାରୀକୁ ଗିରଫ କରି କଠୋରରୁ କଠୋର ଦଣ୍ଡ ଦେବାପାଇଁ ପୋଲିସକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।ଘଟଣା ସନ୍ଦେହରେ ପୋଲିସ ଜାମଦା ଥାନା ଅନ୍ତର୍ଗତ କୁଦାହାଁସା ଗ୍ରାମର ଦୁଇ ବାପ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।