ବହଳଦା ବ୍ଲକର ବାସିଙ୍ଗି ଠାରେ ଦେବସଭା ଏବଂ ମା ମନସା ପୂଜାର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

14

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ରାଇରଙ୍ଗପୁର ଠାରୁ ବାର କିଲୋମିଟର ଦୂର ଆଦିବାସୀ ଅଧ୍ୟୁଷିତ ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ୍ ବାସିଙ୍ଗିଠାରେ ୧୯୭୨ ମସିହାରେ ଆରମ୍ଭ ହୋଇଥିବା ମା ମନସାଙ୍କର ଦେବୀଙ୍କ ପଚାଶ ବର୍ଷ ପୂତ୍ତି ଅବସରରେ ସ୍ବର୍ଣ୍ଣ ଜୟନ୍ତୀ ଏବଂ ଦେବସଭା ମହାଆଡମ୍ବରରେ ଆରମ୍ଭ ହୋଇଛି ।ଏହା ସତର ତାରିଖରୁ ଆରମ୍ଭ ହୋଇ ଅଠେଇଶି ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି କମିଟୀ ପକ୍ଷରୁ ସୂଚନା ଦେଇଛନ୍ତି । ଏହି ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଏକ ବିରାଟ ଦେବସଭାର ଆୟୋଜନ କରାଯାଇଛି ାଯେଉଁଠି ଦୁଇଶହ ଦଶଟି ଦେବା ଦେବୀ ଥିଲାବେଳେ ତେପନଟି ଷ୍ଟଲ କରାଯାଇଛି ।ଦେବସଭାରେ ନାଗମାତା ମା ମନସାଙ୍କର ଜନ୍ମ,ବିବାହ,ମର୍ତ୍ତଭୂମି ରେ ଚାନ୍ଦ ସୌଦାଗର ସହିତ ବିବାଦ,ବେହୁଲା ଓ ଲଖିନ୍ଦରର ଜନ୍ମ ଠାରୁ ସ୍ବର୍ଗାରୋହଣ ଓ ଚାନ୍ଦ ସୌଦାଗର ର ମନସା ପୂଜା ପର୍ଯ୍ୟନ୍ତ ମୂର୍ତ୍ତିମାନଙ୍କର ବର୍ଣ୍ଣନା କରାଯାଇଛି । ପୁଣି ତେପନଟି ଦୃଶ୍ୟରେ ମା ମନସାଙ୍କର ବିଭିନ୍ନ ରୂପ ରହିଛି। କମିଟୀ ପକ୍ଷରୁ ଏଠାରେ କଣ୍ଢେଇ ଅପେରା,ସଂକୀର୍ତ୍ତନ ଓ ରେକର୍ଡ ଡ୍ୟାନସ୍ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ଦେଖିବାପାଇଁ ସ୍ଥାନୀୟ ତଥା ଦୂରଦୂରାନ୍ତରରୁ ଭକ୍ତମାନଙ୍କର ଭିଡ ଲାଗିରହିଛି, ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଫିତା କାଟି ଉଦଘାଟନ କରିଥିଲେ ।ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ନଵ ଚରଣ ମାଝୀ, ସୁରେନ୍ଦ୍ରନାଥ ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ ତଥା ଏହି ଦେବସଭାର ସମ୍ପାଦକ ମହେନ୍ଦ୍ରନାଥ ମହାନ୍ତ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା।ଏହି ପୂଜାକୁ ସ୍ବର୍ଗତ ଡ଼ମନ ଚରଣ ମହାନ୍ତଙ୍କ ଦ୍ୱାରା ଆରମ୍ଭ ହୋଇଥିଲା।ଏହି ଦେବସଭାକୁ ଦେଖିବା ଓ ପୂଜା କରିବା ପାଇଁ ବହୁ ଶ୍ରଦ୍ଧାଳୁ ଦୂର ଦୁରାନ୍ତରୁ ଛୁଟି ଆସି ଥିଲେ।ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More