ବସ ଷ୍ଟାଣ୍ଡ ଶୌଚାଳୟରେ ଝୁଲୁଛି ତାଲା, ଯାତ୍ରୀ ହନ୍ତସନ୍ତ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସର୍ବଶ୍ରେଷ୍ଠ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀ କୁ ଆସୁଛନ୍ତି। ବସ ମଧ୍ୟରେ ଏବେ ପୁରୀକୁ ଅନେକ ଭକ୍ତ ଓ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ପୁରୀ ବସ ଷ୍ଟାଣ୍ଡରେ ଗତ କିଛି ଦିନ ହେବ ଶୌଚାଳୟରେ ଝୁଲୁଛି ତାଲା ଝୁଲୁଛି । ଶୌଚାଳୟ ବ୍ୟବହାର ନ ହୋଇ ବନ୍ଦ ହୋଇ ପଡ଼ିଥିବାରୁ ପର୍ଯ୍ୟଟକ ମାନେ ବସ ଷ୍ଟାଣ୍ଡ ନିକଟରେ ଥିବା ପାଚେରୀ କରରେ ପରିସ୍ରା କରୁଛନ୍ତି। ବସ ଷ୍ଟାଣ୍ଡ ଠାରୁ କିଛି ମାତ୍ର ଦୂରରେ ରହିଛି ମହାପ୍ରଭୁଙ୍କ ଜନ୍ମବେଦି । ଯାହା ଫଳରେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମିଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବାସହ ସ୍ଥାନୀୟ ପରିବେଶ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଛି। ମିଳିଥିବା ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଉଦଘାଟନ ହେବା ପରଠୁ ବାରମ୍ବାର ଅଚଳ ହେଉଛି ଏହି ଶୌଚାଳୟ ଏକ ପ୍ରକାରରେ କହିବାକୁ ଗଲେ ଟିଆରି ହେଲା ଦିନଠୁ ହିଁ ବ୍ୟବହାର କ୍ଷମ ହୋଇ ନାହିଁ। ଏହା ସୁଲଭ ଓ ପୁରୀ ପୌରପାଳିକା ଉଭୟ ଦାୟିତ୍ୱରେ ଥିବା ବେଳେ ସମସ୍ତେ ମୁକ୍ ପାଲଟି ଯାଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଯଦି ବସ ଷ୍ଟାଣ୍ଡରେ ଥିବା ଶୌଚାଳୟ ଏହି ଭଳି ଅବସ୍ଥା ତେବେ ସହରରେ ଅନ୍ୟ ଶୌଚାଳୟ ଅବସ୍ଥା କଣ ଥିବ ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । କେବଳ କଣ ରଥ ଯାତ୍ରା ସମୟରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକାର ମାନେ ପଡେ କି ଶୌଚାଳୟ କଥା । ଅନ୍ୟପଟେ ପୁରୀ ବେଳାଭୂମିରେ ଅନେକ ସ୍ଥାନରେ ମଧ୍ୟ ନାହିଁ ଶୌଚାଳୟ ଅବସ୍ଥା । ଯାହା ଫଳରେ କି ପର୍ଯ୍ୟଟକ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ମହାବାତ୍ୟା ଫନିରେ ଭଗି ଯାଇଥିବା ବେଳାଭୂମି ନିକଟରେ ଥିବା ଶୌଚାଳୟ ଗୁଡିକ । ଏହା ପରଠୁ ପୁରୀ ବେଳାଭୂମି ନିକଟରେ କୌଣସି ଶୌଚାଳୟ ସଠିକ ଭାବେ କାର୍ଯ୍ୟ କରୁନାହିଁ ବୋଲି ଅନେକ ସମୟରେ ଅନେକ ଅଭିଯୋଗ ହୋଇଛି । ରଥ ଯାତ୍ରା ସମୟରେ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ମୋବାଇଲ ଟାଇଲେଟ ଆଣି ରଖାଯାଇଥିଲା । କିନ୍ତୁ ରଥଯାତ୍ରା ସାରିବା ପରେ ସେହି ମୋବାଇଲ ଟାଇଲେଟ ଆଉ ଦୃଶ୍ୟମାନ ହେଲା ନାହିଁ । ତେବେ କେବେ ଏହି ଶୌଚାଳୟ ସମସ୍ୟା ଦୂର ହେବ ତାହା ସମସ୍ତଙ୍କ ନଜର ରହିଛି । ସହରରେ ଅନେକ ଶୌଚାଳୟ ରହିଛି କିନ୍ତୁ ଏହା ପ୍ରତେକ ଦିନ ସଫା ହେଉନଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ଶୌଚାଳୟ ସଫା ସୁତାର ରହୁଛି କି ନାହିଁ ଏ ଦିଗରେ ଜିଲ୍ଲା ପ୍ରଶାସନ କି ପୁରୀ ପୌରପାଳିକାର ନଜର ନାହିଁ । ତେବେ ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଏହି ରଥଯାତ୍ରା ଦେଖିବା ପାଇଁ ପୁରୀକୁ ଅନେକ ଭକ୍ତ ଆସିବେ । ଯଦି ଏହି ସମୟରେ ଶୌଚାଳୟରେ ତାଲା ଝୁଲି ରହିବ ତେବେ ରଥଯାତ୍ରା ପରେ ଭକ୍ତ ଓ ପର୍ଯ୍ୟଟକ ମାନେ ଶୌଚାଳୟ ଟିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକା ଏହି ଦିଗରେ ନଜର ଦେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More