ବସ ଡ୍ରାଇଭର ଯୁଧିଷ୍ଠିରଙ୍କ ଦୁଃଖ କାହାଣୀ, ଆର୍ଥିକ ଅନାଟନ ଭିତରେ କାଟୁଛନ୍ତି ଜୀବନ

23

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ସହରର ଅନତି ଦୂରରେ ପ୍ରତାପନଗରୀ ଠାରେ ଗୋଟିଏ ପରିବାରର ସମସ୍ତେ ଆର୍ଥିକ ଅନାଟନ ଭିତରେ ରହୁଛନ୍ତି। ସାହା ଭରସା କେବଳ ସରକାରୀ ରାସନ ଚାଉଳ। ଯୁଧିଷ୍ଠିର ମଲ୍ଲିକ ପେସାରେ ଜଣେ ବସ ଡ୍ରାଇଭର।ଯୁଧିଷ୍ଠିର ନିଜେ ଏକମାତ୍ର ରୋଜଗାର କରି ପୁଅ ଝିଅ ସ୍ତ୍ରୀଙ୍କୁ ନେଇ ଚଳୁଥିଲେ।ଦଇବ ସହିଲାନି ବୋଧେ ଯୁଧିଷ୍ଠିରଙ୍କ ଗୋଟେ ସାଇଟ ପାରାଲିସିସ ହୋଇ ଘରେ ଅକର୍ମଣ୍ୟ ହୋଇ ପଡି ରହିଲେ।ମାଗି ଯାଚି କଷ୍ଟେ ମଷ୍ଟେ ଚଳୁଛନ୍ତି। ବଡ଼ ପୁଅ ବିକମ ପାସ କରି ଅଧାରୁ ପଢା ଛାଡି ଏବେ ଘରେ। ଝିଅଟି ମଧ୍ୟ ଅର୍ଥ ଅଭାବରୁ ଷଷ୍ଠ ଶ୍ରେଣୀରୁ ପଢା ଛାଡି ଘରେ ଅଛନ୍ତି। ଦୁଃଖର କଥା ଇଲେକ୍ଟ୍ରି ବିଲ ଦେଇ ନପାରିବାରୁ ଆଜକୁ ପାଞ୍ଚ ବର୍ଷ ହେବ ଅନ୍ଧାରରେ ଅଛନ୍ତି।ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଯଦି ଯୁଧିଷ୍ଠିର ଙ୍କ ପରିବାର କୁ ସହାୟତା ର ହାତ ବଢାନ୍ତି ତେବେ ପୁଅ ଝିଅ ଦୁଇଜଣ ପୁନର୍ବାର ପଢିବା ସହିତ ପରିବାରରେ ଖୁସି ଫେରି ଆସିବ। କଟକରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More