ବସ ଟ୍ରକ ମୁହାଁ ମୁହିଁ ଧକ୍କା ,୨ ଡ୍ରାଇଭର ଗୁରୁତର

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡକା ନିକଟରେ ଆଜି ସକାଳୁ ଏକ ବସ ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ଜୟପୁର ଭବାନୀ ପାଟଣା ଯାଉଥିବା ସରକାରି ବସ OD 08G 7053 ସହ ବିପରୀତ ଦିଗରୁ ଆସୁଥିବା ଟ୍ରକ TS 06UC 3598ସହ ମୁହାଁ ମୁହିଁ ଧକ୍କା ହୋଇଥିଲା | ଖବର ପାଇ ମୈଦଲପୁର ପୋଲିସ ଓ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ବସର ଜଣେ ମହିଳା ଆହତ ହୋଇଛନ୍ତି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More