ବସ ଓଲଟି ପୁଅ ଝିଅ ମୃତ, ସ୍ବାମୀ ସ୍ତ୍ରୀ ଆହତ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖଣ୍ଟି ବ୍ଲକ ଲାମତାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ହେଇମୁଣ୍ଡା ଗ୍ରାମର ଲକ୍ଷ୍ମଣ ହରିଜନ(୩୦)ଯୁବକ ବେଳରୁ ତେଲେଙ୍ଗାନା ପ୍ରଦେଶରେ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ବିବାହ ହେଲା ପରେ ଗୋଟିଏ ପୁଅ ଗୋଟିଏ ଝିଅ ଜନ୍ମ ହେବାପରଠୁ ସ୍ତ୍ରୀଙ୍କୁ ଘରେ ଛାଡ଼ି ମଝି ମଝିରେ ପୁଅ ଝିଅକୁ ଦେଖା କରିବାକୁ ଆସୁଥିଲେ। ଦିନ କେଇଟା ହେଲା ଗ୍ରାମରେ କିଛିଦିନ ରହିବା ପରେ, ପରିବାର ଗୋଟିଏ ସ୍ଥାନରେ ରହିବାକୁ ନିଷ୍ପତ୍ତି ନେଇଥିଲେ।ଦୁଇଦିନ ଆଗରୁ ନବରଙ୍ଗପୁରରୁ ସଂଗୀତା ନାମକ ବେସରକାରୀ ବସ ନ- ସିଜି୨୭ଏମ୩୧୪ ତେଲେଙ୍ଗାନାକୁ ଯାତ୍ରା ଆରମ୍ଭ କରିଥିଲା।ସେହି ଗାଡିରେ ପରିବାର ସହ ତେଲେଙ୍ଗାନା ଯିବା ସମୟରେ ମଧ୍ୟରାତ୍ରରେ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ଆଲ୍ଲୁରୀ ସିତାରାମ ରାଜୁ ଜିଲ୍ଲାରେ ବସ ଦୁର୍ଘଟଣାଗ୍ରସ୍ତ ହୋଇ ପୁଅ ଜିତୁ ହରିଜନ, କୁନି ଝିଅ ସୁନେନା ହରିଜନ(୨) ଘଟଣା ସ୍ଥଳରେ ହିଁ ମୃତ ହୋଇଥିବା ବେଳେ, ଲକ୍ଷ୍ମଣ ଓ ତାଙ୍କ ସ୍ତ୍ରୀ ଉଭୟଙ୍କୁ ଭଦ୍ରାଞ୍ଚଲମ୍ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଥିବା ବେଳେ ସ୍ତ୍ରୀର ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିବା ସୂଚନା ମିଳିଛି। ଆଜି ୨ଜଣଙ୍କ ମୃତ ଦେହ ଗ୍ରାମ ରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ମୃତ ଦେହକୁ ଖ୍ରୀଷ୍ଟ ଧର୍ମ ଅନୁସାରେ ପାଳକଙ୍କ ଦ୍ଵାରା ଅନ୍ତିମ ସଂସ୍କାର କରାଯାଇଛି। ୨ସାଙ୍ଗଙ୍କ ମୃତ ଖବର ଶୁଣି ଗ୍ରାମ ପ୍ରାକ୍ ବିଦ୍ୟାଳୟ କୁନି କୁନି ସହପାଠୀ ,ଗ୍ରାମବାସୀ ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ରମେଶ ପାତ୍ର ଵାଘ, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ଜୀବନ ଚନ୍ଦ୍ର ଟାକ୍ରୀ,ନନ୍ଦାହାଣ୍ଡି ବ୍ଲକ ଜୋନ-୧ ଜିଲ୍ଲାପରିଷଦ ସଭ୍ୟ ଦିବ୍ୟଦାନ ସୁନା ଗଭୀର ସମବେଦନା ଜଣାଇବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି।ଏ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଗଭୀର ସମବେଦନା ଜଣାଇବା ସହିତ ସେ ଦିଲ୍ଲୀ ରୁ ଆସିଲେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୂତି ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More