ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ପ୍ରମାଣ ପତ୍ର ଓ ବିଜୁ ଆଦର୍ଶ କଲୋନୀ ଉଦଘାଟନ

13

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଓଡିଶାର ୭୦୭ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ବା ଆଦର୍ଶ କଲୋନୀ ଭାବେ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ନବୀନ ପଟ୍ଟନାୟକଙ୍କ ଭରଚୁଆଲ ମିଟିଙ୍ଗ ସାରା ରାଜ୍ୟରେ ଚାଲିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକଙ୍କ ସଭାପତିତ୍ଵରେ ପଲଟନ ପଡିଆ ସ୍ଥିତ ସହିଦ କୃତିବାସ ଭବନ ପରିସରରେ ଏକ ସଭାର ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ ଓ ଏହି ସଭାରେ ନାରୀନେତ୍ରୀ ସଂଗଠନ, ବାଣପୁର ଅଂଚଳର ବସ୍ଥି ବାସିନ୍ଦା ଓ ବହୁତ ଜନ ସାଧାରଣ ଉପସ୍ଥିତ ଥିଲେ l ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ବସ୍ତି ବାସିନ୍ଦାଙ୍କ ପାଇଁ ଘର ଜାଗା ମିଶନ ଓ ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବି ଓ ସେମାନଙ୍କ ହକକୁ କେହି ଛଡାଇ ପାରିବେ ନାହିଁ ବୋଲି କହିଥଲେ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More