ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଉପାନ୍ତ ଅଂଚଳ ରେ ବସୁଧା ଯୋଜନା ର ପାଣି ଟାଙ୍କି l କାମ ନିମ୍ନ ମାନର, ବସୁଧା ଯୋଜନା ରେ ନିର୍ମିତ ପାଣିଟାଙ୍କି ନିର୍ମାଣ ନାମରେ କୋଟି କୋଟି ଟଙ୍କା ଗିଳିଦେଲେ ଯନ୍ତ୍ରୀ ଏବଂ ଠିକାଦାର,ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ଜାଗାରେ ଏହି ଟଙ୍କାର ସଦୁପଯୋଗ ହୋଇ ପାରୁନାହିଁ lଫଳରେ ଲୋକେ ହେଉଛନ୍ତି ହଇରାଣ lସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଗୋନା ପଂଚାୟତ ର ଭାରଶୁଣ୍ଡି ଡିଏନକେ ଗ୍ରାମ ରେ କେନ୍ଦ୍ର ସରକାର ତରଫରୁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନା ର ପାଣି ଟାଙ୍କି ତିଆରି କରାଯାଇଥିବା ବେଳେ ଏହି ପାଣିଟାଙ୍କି ନିମ୍ନମାନର ଏବଂ ପାଣି ଟାଙ୍କି ର ମୁଖ୍ୟ ଗେଟ ସମ୍ମୁଖରେ ଥିବା ରଡ଼ ମଧ୍ୟ ଅତି ନିମ୍ନମାନର ଏହି ପାଣିଟାଙ୍କି ତିଆରିବେଳେ ଯନ୍ତ୍ରୀ ଦିନେ ହେଲେ ମଧ୍ୟ ଆସି ତଦାରଖ କରିନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ, ବାଲି ବେଶି ସିମେଣ୍ଟ କମ ଓ ହାଲକା ରଡ଼ ରେ ତିଆରି କରାଯାଇଛି ଏଇପାଣିଟାଙ୍କି lଟାଙ୍କି ଉପରେ ଚଢିବାକୁ ସିଡି ତିଆରି କରାଯାଇଛି ଯାହାକି ସିମେଣ୍ଟ ଖସି ଖସି ପଡୁଛି, ଠିକାଦାର ଏବଂ ଯନ୍ତ୍ରୀ ଙ୍କ ସଲାସୁତରା ରେ ଚାଲିଛି ଏହି କାମ l ଜିଲ୍ଲାପାଳ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଏହି ନିମ୍ନମାନର କାମ କୁ ବନ୍ଦ କରିବାକୁ ଗ୍ରାମବାସୀ ଦୃଢ଼ ଦାବୀ କରିଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ରିପୋର୍ଟ l
Get real time updates directly on you device, subscribe now.